ମୋଦୀଙ୍କ କ୍ୟାବିନେଟରେ ଶାହା; ଅଧ୍ୟକ୍ଷ ପଦବୀ ଦୌଡରେ ଜେ.ପି ନଡ୍ଡା

ନୂଆଦିଲ୍ଲୀ : ମୋଦୀଙ୍କ ନବଗଠିତ କ୍ୟାବିନେଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସ୍ଥାନ ପାଇବା ପରେ ବିଜେପି ଅଧ୍ୟକ୍ଷ ପଦକୁ ନେଇ ମାନସମନ୍ଥନ ଆରମ୍ଭ ହୋଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ କାହାକୁ ଅବସ୍ଥାପିତ କରାଯିବ ସେ ନେଇ ଅଙ୍କକଷା ଚାଲିଛି। ଏହିକ୍ରମରେ ସର୍ବାଗେ ରହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା।
ସୂଚନାଯୋଗ୍ୟ ଯେ କିଛିଦିନ ପୂର୍ବରୁ ଅଧ୍ୟକ୍ଷ ପଦ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜେ.ପି ନଡ୍ଡା ନାମ ଚର୍ଚ୍ଚା ଲାଗି ରହିଥିଲା। କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୋଦୀଙ୍କ କ୍ୟାବିନେଟରେ ପୁର୍ନବାର ଦାୟିତ୍ୱ ଦିଆଯାଇଛି। ତେଣୁ ଧର୍ମେନ୍ଦ୍ର ନାମ ଅଧ୍ୟକ୍ଷ ପଦ ପାଇଁ ଚର୍ଚ୍ଚା ଥମି ଯାଇଛି।

Comments are closed.