୩ ବାଂଲାଦେଶୀ ଆତଙ୍କବାଦୀ ଗିରଫ

0

ଖୋଜିକୋଡ଼ : ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ୩ ଦିନ ମଧ୍ୟରେ ଆତଙ୍କବାଦୀ ସଂଗଠନ ଜମାତ-ଉଲ୍‍-ମୁଜାହିଦ୍ଦିନ ବାଂଲାଦେଶ (ଜେଏମବି)ର ୩ ସଦସ୍ୟଙ୍କୁ ଗିରଫ କରିଛି। ଗିରଫ ଆତଙ୍କବାଦୀ ମଧ୍ୟରେ ୨୦୧୩ ବିହାର ବୋଧଗୟା ବିସ୍ଫୋରଣର ମାଷ୍ଟରମାଇଣ୍ଡ ମହମ୍ମଦ ଜହିଦୁଲ ଇସଲାମ୍‍ ଓରଫ କୌସର (୩୮) ଅଛି। ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ)ର ଦଳ ସୋମବାର ବେଙ୍ଗାଲୁରୁର ରାମନଗରସ୍ଥିତ ଭଡାଘରୁ ମହମ୍ମଦ ଜହିଦୁଲ ଇସଲାମ୍‍କୁ ଗିରଫ କରିଥିଲା। ତାର ଘରୁ କେତେକ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ଓ ବିସ୍ଫୋରକ ଜବତ କରାଯାଇଛି। ଦୁଇ ଦିନ ପୂର୍ବରୁ ଏନ୍‍ଆଇଏ କୋଟାକାଇ ଏବଂ ମାଲାପୁରମ ଜିଲାରୁ ଅବଦୁଲ କାରିମ ଓରଫ ଛୋଟା (୧୯) ଏବଂ ମୁସ୍ତାଫିଜୁର ରେହମାନ ଓରଫ ସାହିନ (୩୭), ଦୁଇ ଜଣ ଜେଏମ୍‍ବି ଆତଙ୍କବାଦୀଙ୍କୁ ଗିରଫ କରିଥିଲା।

Leave A Reply