‘ଅପରେସନ ଅଲ ଆଉଟ’: ୨ ଆତଙ୍କବାଦୀ ମୃତ 

0

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ  ପୁଲିସ ଓ ସେନା ବାହିନୀ ପକ୍ଷରୁ ‘ଅପରେସନ ଅଲ ଆଉଟ’ ଜାରି ରହିଛି। ଶ୍ରୀନଗରର ନାଓଗାଁଓ ଅଞ୍ଚଳରେ ବୁଧବାର ଘଟିଥିବା ଏକ ଗୁଳି ବିନିମୟରେ ଦୁଇଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ସେହି ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବାର ଗୁଇନ୍ଦା ସୂତ୍ରରୁ ଖବର ମିଳିବା ପରେ ଯବାନ ମାନେ ସମଗ୍ର ଅଞ୍ଚଳକୁ ଘେରିଯାଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ଏହାପରେ ଆତଙ୍କବାଦୀମାନେ ଜବାନମାନଙ୍କ ଉପରକୁ ଗୁଳି ଚଳାଇବାରୁ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଶେଷରେ ଦୁଇ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ କହିଛନ୍ତି ତଲାସୀ ଅଭିଯାନ ଶେଷ ହୋଇଛି ଓ ମୃତ ଆତଙ୍କବାଦୀମାନଙ୍କୁ ଚିହ୍ନଟ କରାଯାଇଛି।

Leave A Reply