ବାରମୂଲାରେ ୨ଆତଙ୍କବାଦୀଙ୍କର ମୃତ୍ୟୁ, ଜଣେ ଯବାନ ଶହୀଦ

0

କାଶ୍ମୀର : ଜମ୍ମୁ-କାଶ୍ମୀରର ବିଭିନ୍ନ ଅଞ୍ଚଳରେ ଗତ କିଛ ଦିନ ଧରି ସୁରକ୍ଷା ବାହିନୀର ‘ଅପରେସନ ଅଲ ଆଉଟ’ ଜାରି ରହିଛି।
ଜମ୍ମୁ-କାଶ୍ମୀରର ବାରମୂଲା ଜିଲ୍ଲାର ସୋପୋର୍‍ର ପାଜାପ୍ଲୋରା, ବେହରାମ୍‍ପୋରା ଅଞ୍ଚଳରେ ଶୁକ୍ରବାର ଦୁଇ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ଏଥିରେ ଜଣେ ଯବାନ ଶହୀଦ ହୋଇଛନ୍ତି। ଆତଙ୍କବାଦୀଙ୍କର ସେନା ଓ ପୁଲିସ ବାହିନୀର ମିଳିତ ଯବାନମାନଙ୍କ ମଧ୍ୟରେ ଗୁଳି ବିନିମୟରେ ଏହି ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି।
ଗୁଳି ବିନିମୟ ସମୟରେ ଗୁରୁତର ଆହତ ହୋଇଥିବା ଯବାନଙ୍କର ଆର୍ମୀ ହସ୍ପିଟାଲରେ ପରଲୋକ ଘଟିଥିବା ସରକାରୀ ସୂତ୍ରରୁ ଜଣାପଡିଛି। ସେନାବାହିନୀ ଜମ୍ମୁ-କାଶ୍ମୀର ପୁଲିସ୍‍ ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ଦଳ ଓ ସିଆର୍‍ପିଏଫ୍‍ ଯବାନମାନଙ୍କୁ ନେଇ ମିଳିତ ବାହିନୀ ଦ୍ୱାରା ସମଗ୍ର ଅଞ୍ଚଳକୁ ଘେରାଉ କରାଯିବା ପରେ ପ୍ରଥମେ ତଲାସୀ ଏବଂ ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ସେହି ଅଞ୍ଚଳରେ ସନ୍ତ୍ରାସବାଦୀମାନେ ଲୁଚି ରହିଥିବାର ଗୁପ୍ତ ସୂଚନା ମିଳିଥିଲା। ଯାହା ଆଧାରରେ ଏହି ଅତର୍କିତ ଆକ୍ରମଣ କରାଯାଇଥିଲା। ଉଭୟ ପକ୍ଷର ଗୁଳି ଚାଳନାରେ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି।
ଗତ ତିନି ଦିନ ମଧ୍ୟରେ ‘ଅପରେସନ ଅଲ ଆଉଟ’ରେ ୧୦ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି।

Leave A Reply