ଆଜୀବନ କାରଦଣ୍ଡ ଭୋଗୁଥିବା କଏଦୀ, କେରଳ ବନ୍ୟା ପାଇଁ ଦେବେ ଏକ ଲକ୍ଷ ଟଙ୍କା ସହାୟତା!

0

କୋଲକାତା.- କୋଲକାତାର ଆଲିପୁର କେଦ୍ରୀୟ କାରାଗାରାରେ ଆଜୀବନ କାରାଦଣ୍ଡାଦେଶ ଭୋଗିଥିବା  ଜଣେ ବନ୍ଦୀ କେରଳର ବନ୍ୟା ପୀଡିତଙ୍କ ପାଇଁ ଏକ ଲକ୍ଷ  ଟଙ୍କା ସହାୟତା ଦେବାକୁ ଆବେଦନ କରିଛନ୍ତି । ଜେଲ୍‌ରେ ଥିବା ବେଳେ ପ୍ରତିଦିନ କରୁଥିବା କାମ ପାଇଁ ସେ ଏହାକୁ ରୋଜଗାର କରିଛନ୍ତି । କଲିକତାରେ ଏକ ବିସ୍ପୋରଣ ଘଟଣାରେ ଅଭିଯୁକ୍ତ ବୋଲି ପ୍ରମାଣିତ ହେବାପରେ ସେ ଜେଲ୍‌ରେ ଅଛନ୍ତି  । ୧୯୯୩ରେ କୋଲକାତାରେ ଏହି ବିସ୍ପୋରଣ ଘଟିଥିଲା ।  ସେ ଜେଲ୍‌ରେ ପ୍ରାୟ ୨୫ ବର୍ଷ ଧରି ବନ୍ଦୀ ଅଛନ୍ତି ।

ଶେଖ ଅଜିଜ ନାମକ ଏହି ବ୍ୟକ୍ତି ଜଣଙ୍କ କେରଳର । ୧୯୯୩ ମସିହାରେ କଲିକତା ହୋଇଥିବା ଏହି ବିସ୍ପୋରଣରେ ୬୯ ଜଣ ପ୍ରାଣ ହରାଇଥିଲେ । ରସିଦ ଖାନ୍‌ ନାମକ ବ୍ୟକ୍ତି ଏହାର ମୁଖ୍ୟ ଅଭିଯୁକ୍ତ ଥିଲା । ସେ ବି ଏବେ ଜେଲ୍‌ରେ ଅଛି । କଲିକତାର ବାଓ ବଜାରରେ ଥିବା ଏକ କୋଠାଘରେ ଏହି ବୋମା ବିସ୍ପୋରଣ ହୋଇଥିଲା । ଏଥିରେ ଘରଟି ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଥିଲା ।

Leave A Reply