ଜାମ୍ମୁ କାଶ୍ମୀରରେ ବନ୍ଦ ପାଳନ

0

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ‘ସ୍ଥାୟୀ ବାସିନ୍ଦା’ଙ୍କ ସଂଜ୍ଞା ନିର୍ଦ୍ଧାରଣ କରୁଥିବା ଏହି ଆଇନ ବିରୋଧୀ ଆବେଦନର ପ୍ରତିବାଦରେ ବିଚ୍ଛିନ୍ନତାବାଦୀମାନଙ୍କ ପକ୍ଷରୁ ସୋମବାର ବନ୍ଦ ପାଳନ ଯୋଗୁ ସାଧାରଣ ଜନଜୀବନ ବାଧାପ୍ରାପ୍ତ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ଯୋଗୁ ରାସ୍ତାଘାଟ ସମ୍ପୂର୍ଣ୍ଣ ଶୂନଶାନ୍‍ ହୋଇପଡିଥିବା ଦେଖିବାକୁ ମିଳିଛି। ବିଚ୍ଛିନ୍ନତାବାଦୀ ନେତା ସୟିଦ ଅଲ୍ଲୀ ଶାହ ଗିଲାନୀ, ମିର୍‍ୱାଇଜ୍‍ ଉମର ଫାରୁକ ଏବଂ ମହମ୍ମଦ ୟାସିନ୍‍ ମଲ୍ଲିକ ସଦସ୍ୟ ଥିବା ସଂଯୁକ୍ତ ପ୍ରତିରୋଧ ନେତୃତ୍ୱ (ଜେଆର୍‍ଏଲ୍‍) ପକ୍ଷରୁ ଏହି ଦୁଇଦିନିଆ ବନ୍ଦ ଡାକରା ଦିଆଯାଇଛି।

ଅନ୍ୟପକ୍ଷରେ ସାମ୍ବିଧାନିକ ଧାରା ୩୫(କ) ଉଚ୍ଛେଦ କରାଗଲେ ଜାମ୍ମୁ-କାଶ୍ମୀର ବାସୀଙ୍କ ଅସନ୍ତୋଷ ଉଗ୍ର ହେବ। ଏପରିକି ପରିସ୍ଥିତି ଅଣାୟତ୍ତ ହୋଇପଡିବ ବୋଲି ଗୁଇନ୍ଦା ବିଭାଗ ତଥା ରାଜନୈତିକ ପରାମର୍ଶଦାତାଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସତର୍କ ସୂଚନା ଦିଆଯାଇଛି। ଏହି ଧାରାର ବୈଧତା ସମ୍ବନ୍ଧରେ ତରବରିଆ ଭାବେ କୌଣସି ପଦକ୍ଷେପ ଗ୍ରହଣ ନ କରି ରାଜ୍ୟବାସୀଙ୍କୁ ସେମାନଙ୍କ ଅଧିକାର ସମ୍ବନ୍ଧୀୟ ବିକଳ୍ପ ପନ୍ଥା ବିଷୟରେ ଅବଗତ କରାଯିବା ଉଚିତ ବୋଲି କିଛି ବରିଷ୍ଠ ଅଧିକାରୀ ମତ ଦେଇଛନ୍ତି।

Leave A Reply