ମାସେ ଘୁଞ୍ଚିଲା ଆୟକର ଦାଖଲ ସମୟସୀମା

0

ନୂଆଦିଲ୍ଲୀ : ଆୟକର ରିଟର୍ଣ୍ଣ ଫାଇଲିଂ (ଆଇଟିଆର୍‌) ଦାଖଲ ସମୟ ସୀମା ଅଗଷ୍ଟ ୩୧କୁ ଘୁଞ୍ଚିଛି । ପୂର୍ବରୁ ଏହି ସମୟସୀମା ଜୁଲାଇ ୩୧ ରଖାଯାଇଥିଲା। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଏହାକୁ ଏକମାସ ଘୁଞ୍ଚାଯାଇଥିବା ଗୁରୁବାର ଅର୍ଥ ମନ୍ତ୍ରାଳୟ ଟୁଇଟ୍‌ କରି ଜଣାଇଛି । ଗତ ଆସେସ୍‌ମେଣ୍ଟ ବର୍ଷ ଯାଏ ବିଳମ୍ବରେ ଆୟକର ଦାଖଲ ପାଇଁ କୌଣସି ଜୋରିମାନା ଦେବାକୁ ପଡୁ ନ ଥିବାବେଳେ ୨୦୧୮-୧୯ ଆସେସ୍‌ମେଣ୍ଟ ବର୍ଷଠାରୁ ଏହି ଜରିମାନା ଲାଗୁ କରାଯିବ। ଏଥିପାଇଁ ଆୟକର ଆଇନରେ ନୂଆ ଧାରା ୨୩୪ଏଫ୍‌କୁ ସାମିଲ କରାଯାଇଛି । ଏହା ଅନୁଯାୟୀ, ଜଣେ ବ୍ୟକ୍ତି ୧୩୯(୧) ଧାରା ଅନୁଯାୟୀ ନିର୍ଦ୍ଧାରିତ ଦିବସ ପରେ ଆୟକର ଦାଖଲ କରୁଥିଲେ ତାଙ୍କୁ ୧୦,୦୦୦ ଟଙ୍କା ଯାଏ ଫି ଦେବାକୁ ହେବ।
ଟିକସ ବିଶେଷଜ୍ଞଙ୍କ କହିବାନୁଯାୟୀ, ଅର୍ଥ ଆଇନ ୨୦୧୭ରେ କରାଯାଇଥିବା ସଂଶୋଧନ ଅନୁଯାୟୀ ୨୦୧୭-୧୮ ଆର୍ଥିକବର୍ଷର ରିଟର୍ଣ୍ଣ ଦାଖଲ ସମୟସୀମା (୨୦୧୮ ଜୁଲାଇ ୩୧) ପରେ ଏବଂ ଚଳିତବର୍ଷ ଡିସେମ୍ବର ୩୧ ପୂର୍ବରୁ ଯଦି ଆୟକର ଦାଖଲ କରାଯାଇଥିବ ତେବେ କରଦାତାଙ୍କୁ ୫୦୦୦ ଟଙ୍କା ଫି ଦେବାକୁ ହେବ। ଯଦି ୨୦୧୯ ଜାନୁଆରୀ ପହିଲା ପରେ ଟିକସ ଦାଖଲ କରାଯାଏ ତେ​‌େ​‌ବ କରଦାତାଙ୍କୁ ୧୦,୦୦୦ ଟଙ୍କା ଫି ଦେବାକୁ ହେବ। ଅନ୍ୟପକ୍ଷରେ କରଦାତାଙ୍କ ​ମୋଟ ଆୟ ଯଦି ୫ ଲକ୍ଷରୁ କମ୍‌ ଥିବ ଏହି ଫି ୧୦୦୦ ଟଙ୍କାରୁ ଅଧିକ ହେବ ନାହିଁ ବୋଲି ସିବିଡିଟି ପକ୍ଷରୁ କୁହାଯାଇଛି।

Leave A Reply