ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦାୟିତ୍ବ ଗ୍ରହଣ

ଜି ଉଦୟଗିରି: କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଇତିଶ୍ରୀ ଷଡ଼ଙ୍ଗୀ ଯୋଗଦେଇଥିବା ବେଳେ ପୂର୍ବରୁ ଜି.ଉଦୟଗିରି କାର୍ୟ୍ୟନିର୍ବାହୀ ଅଧିକାରୀ ଦାୟିତ୍ବରେ ଥିବା ସଞ୍ଜୀବ ମହାପାତ୍ର ବର୍ତ୍ତମାନ ଖଣ୍ଡପଡ଼ା ଏନ୍ଏସି ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଶ୍ରୀମତୀ ଷଡ଼ଙ୍ଗୀ ସୋମବାର ଦାୟିତ୍ୱରେ ଥିବା ଜି.ଉଦୟଗିରି ତହସିଲଦାର ଡ.ଜନ୍ମେଜୟ ସାହୁଙ୍କଠାରୁ ଦାୟୀତ୍ବ ଗ୍ରହଣ କରିବା ପରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ପିଦି ଡିଆରଡିଏଙ୍କୁ ସାକ୍ଷାତ କରିଥିବା ଜଣାପଡିଛି। ଏହା ପୂର୍ବରୁ ଶ୍ରୀମତି ଷଡଙ୍ଗୀ ଖଣ୍ଡପଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ତୁଲାଉଥିଲେ।

Comments are closed.