ଦେଶର ଶ୍ରେଷ୍ଠ ୧୦୦ ପ୍ରତିଷ୍ଠାନ ତାଲିକାରେ ଓଡ଼ିଶାର ୭ଟି ସରକାରୀ ଓ ୪ଟି ବେସରକାରୀ ଶିଳ୍ପ ପ୍ରତିଷ୍ଠାନ

ଭୁବନେଶ୍ୱର : ଓଡ଼ିଶାର ୭ଟି ସରକାରୀ ଓ ୪ଟି ବେସରକାରୀ ଶିଳ୍ପ ପ୍ରତିଷ୍ଠାନ (ଆଇଟିଆଇ) ଦେଶର ଶ୍ରେଷ୍ଠ ୧୦୦ଟି ପ୍ରତିଷ୍ଠାନ ତାଲିକାରେ ଅନ୍ତର୍ଭୁକ୍ତ ହେବାର ଗୌରବ ଅର୍ଜନ କରିଛନ୍ତି । ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନସ୍ଥ ତାଲିମ ମହାନିର୍ଦ୍ଦେଶକଙ୍କ ପକ୍ଷରୁ ଦେଶରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନଗୁଡ଼ିକରେ ଗୁଣାତ୍ମକ ଉତ୍କର୍ଷ ଅର୍ଜନ ଲକ୍ଷ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଗ୍ରେଡିଂ ସଂପନ୍ନ ହୋଇଛି । ଶିଳ୍ପ ତାଲିମ ପ୍ରତିଷ୍ଠାନ, ରାଜ୍ୟ ନିର୍ଦ୍ଦେଶାଳୟ, ସହଯୋଗୀ ଶିଳ୍ପାନୁଷ୍ଠାନ ଏବଂ କୋର କମିଟି ସଭ୍ୟମାନଙ୍କ ପ୍ରଦତ୍ତ ମୂଲ୍ୟାୟନ ଆଧାରରେ ଏହି ଗ୍ରେଡିଂ କରାଯାଇଛି । ୫ଟି ଶ୍ରେଣୀରେ ସନ୍ନବିଷ୍ଟ ୨୭ଟି ମାନକ ଭିତ୍ତିରେ ଦେଶର ୧୦୭୬୫ଟି ଶିଳ୍ପ ତାଲିମ ପ୍ରତିଷ୍ଠାନ ଏହି ଗ୍ରେଡିଂ ପାଇଥିବାବେଳେ ଓଡ଼ିଶାର ୩୮ଟି ସରକାରୀ ଓ ୩୯୬ଟି ବେସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ବିଭିନ୍ନ ଗ୍ରେଡ୍‌ ପାଇଛନ୍ତି ।

Comments are closed.