ରାଜେନ୍ଦ୍ରପୁରଠାରେ ଆଇଟିଡିଏ ପକ୍ଷରୁ କୃଷି ଯନ୍ତ୍ରପାତି ବଣ୍ଟନ ଓ ପ୍ରଶିକ୍ଷଣ ଶିବିର

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ବନ୍ଧପରି ପଞ୍ଚାୟତ ରାଜେନ୍ଦ୍ରପୁରଠାରେ ଆଇଟିଡିଏ ଥୁଆମୂଳରାମପୁର ‘ମିଶନ ଜୀବିକା’ ଆନୁକୂଲ୍ୟରେ କୃଷି ଯନ୍ତ୍ରପାତି ବଣ୍ଟନ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ବିରଞ୍ଚି ନାରାୟଣ ଦରବାନଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇ. ଫକୀର ମୋହନ ମାଝୀ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ଲାଞ୍ଜିଗଡ ବ୍ଲକର ଏପିସି ମାଧ୍ୟମରେ କରାଯାଇଥିବା ଉତ୍ପାଦକ ଗୋଷ୍ଠୀ ମଧ୍ୟରୁ ୮ ଗୋଟି ସ୍ୱୟଂ ସହାୟକ ଦଳର ପ୍ରତିନିଧିମାନଙ୍କୁ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ବଣ୍ଟନ କରାଯିବା ସହିତ ଏହାର ପରିଚାଳନା ବାବଦରେ ପ୍ରଶିକ୍ଷଣ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ବନ୍ଧପାରି ସରପଞ୍ଚ ସୁଶ୍ରୀ ପୁଲମେ ମାଝୀ କିଭଳିଭାବେ କୃଷି ଯନ୍ତ୍ରପାତିର ସୁବିନିଯୋଗ କରି କୃଷି କ୍ଷେତ୍ର ପରିସୀମା ବର୍ଦ୍ଧିତ କରାଯାଇ ପାରିବ ସେ ସମ୍ବନ୍ଧରେ ଉଦବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହକାରୀ କୃଷି ଅଧିକାରୀ ହିରଣ୍ୟ ବାରିକ, ଜନସାହାଯ୍ୟ ସଂସ୍ଥାର ମାନସ ରଞ୍ଜନ ଗହୀର, ସୁରେନ୍ଦ୍ର ଦିଗାଲ, ଦେବାଶିଷ ପଣ୍ଡା, ସହଯୋଗୀ ସଂସ୍ଥା ପ୍ରଦାନର ସୁଶାନ୍ତ ସାହୁ ଓ ଆଲୋକ କୁମାର ସ୍ୱାଇଁ, ମନ୍ଥନ ସଂସ୍ଥାର କପିଳାସ ପାତ୍ର ପ୍ରମୁଖ ଯୋଗଦେଇ କୃଷି ଯନ୍ତ୍ରପାତିର ସୁବ୍ୟବହାର ନିମନ୍ତେ ଦିଗ ଦର୍ଶନ ଦେଇଥିଲେ। କାର୍ଯ୍ୟକ୍ରମଟିକୁ ଆଇଟିଡିଏର ପ୍ରକଳ୍ପ ପରିଦର୍ଶକ ଅଭିନାଶ ମହାନ୍ତି ପରିଚାଳନା କରିଥିବାବେଳେ ଆଇଟିଡିଏର କୃଷି ବିଶେଷଜ୍ଞ ରବୀନ୍ଦ୍ର ନାଥ ଗୁମାନସିଂ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.