ଆଇଟିସି ତିଆରି କଲା ଦୁନିଆର ସବୁଠାରୁ ଦାମୀ ଚକୋଲେଟ୍‍ : ଦାମ୍‍ ଶୁଣି ହେବେ ଚକିତ

ନୂଆଦିଲ୍ଲୀ : ସାଧାରଣତଃ ଆମକୁ ୧୦୦-୨୦୦ ଟଙ୍କାର ଚକୋଲେଟ୍‍ ମହଙ୍ଗା ଲାଗିଥାଏ। ଏପରି ପରିସ୍ଥିତିରେ ଯଦି ଆପଣଙ୍କୁ କୁହାଯିବ ଦୁନିଆରେ ଏପରି ଏକ ଚକୋଲେଟ୍‍ ଅଛି ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା, ତେବେ ନିଶ୍ଚିତ ରୂପେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ। ଭାରତର ପ୍ରସିଦ୍ଧ କମ୍ପାନୀ ଆଇଟିସି ଦୁନିଆର ସବୁଠାରୁ ଦାମୀ ଚକୋଲେଟ୍‍ ତିଆରି କରିଛି।

ଏହି ଚକୋଲେଟ୍‍ର ନାଁ ‘ଫେବେଲ୍‍ ଟ୍ରିନିଟୀ-ଟ୍ରଫଲ୍ସ ଏକ୍ସଟ୍ରାଅର୍ଡ଼ିନେୟର’। ଏହାର କିଲୋ ପ୍ରତି ମୂଲ୍ୟ ୪.୩ ଲକ୍ଷ ଟଙ୍କା ରହିଛି। ସବୁଠାରୁ ମହଙ୍ଗା ହୋଇଥିବାରୁ ଏହି ଚକୋଲେଟ୍‍ର ନାମ ଗିନିଜ୍‍ ୱର୍ଲଡ୍‍ ରେକର୍ଡ଼ରେ ସ୍ଥାନ ପାଇଛି।

ଏହି ଚକୋଲେଟ୍‍କୁ ଫ୍ରାନ୍ସର ପ୍ରସିଦ୍ଧ ସେଫ୍‍(ପାଚକ) ଫିଲିପ୍‍ କଣ୍ଟିସିନୀ ଓ ଫେବେଲ୍‍ର ମାଷ୍ଟର ଚକୋଲେଟିୟର ମିଶି ତିଆରି କରିଛନ୍ତି। ହାତ ତିଆରି କାଠ ବାକ୍ସରେ ଏହି ଚକୋଲେଟ୍‍ ବିକ୍ରି ହେବ।

Comments are closed.