ଆଇଟିବିପି ମହାନିର୍ଦ୍ଦେଶକଙ୍କ ଲଦାଖ ଗସ୍ତ

ଲେହ: ଭାରତର ସୀମାନ୍ତକୁ ସୁରକ୍ଷା ଦେଉଥିବା ଅର୍ଦ୍ଧ ସାମରିକ ବାହିନୀ ଇଣ୍ଡୋ ତିବତ ସୀମାନ୍ତ ପୁଲିସ (ଆଇଟିବିପି)ର ମହାନିର୍ଦ୍ଦେଶକ ସଞ୍ଜୟ ଆରୋରା ଲଦାଖର ହିମ ଶୀତଳ ଅଞ୍ଚଳକୁ ଗସ୍ତ କରିଛନ୍ତି। ଉକ୍ତ ଅଞ୍ଚଳରେ ମୁତୟନ ଆଇଟିବିପି ଯବାନମାନଙ୍କ ସହିତ ଶ୍ରୀ ଆରୋରା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ଅବସରରେ ହିମ ସୈନିକମାନଙ୍କର ଏକ ସମ୍ମିଳନୀରେ ମହାନିର୍ଦ୍ଦେଶକ ଅଧ୍ୟକ୍ଷତା କରିଥିଲେ। ସୂଚନାଯୋଗ୍ୟ ଯେ ବର୍ଷର ଅଧିକାଂଶ ସମୟ ଶୂନ ଡିଗ୍ରୀଠାରୁ ବହୁତଳେ ରହୁଥିବା ତାପମାତ୍ରାରେ ଭାରତୀୟ ଯବାନ ମାନେ ଏହି ଅଞ୍ଚଳରେ ଦେଶର ସୀମାରେଖାକୁ ସୁରକ୍ଷା ପ୍ରଦାନ କରୁଛନ୍ତି। ଚାଇନା ପକ୍ଷରୁ ଏହି ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ କରାଯିବା ପରଠାରୁ ଏହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି।

Comments are closed.