ଲଦାଖର ଆଗୁଆ ଘାଟିରେ ପ୍ରଥମ ଥର ପାଇଁ ଆଇଟିବିପି ନିୟୋଜିତ କଲା ମହିଳା ଡାକ୍ତର

ପ୍ରଥମ ଥର ପାଇଁ ଭାରତ-ତିବ୍ଦତ ସୀମା ପୁଲିସ ମହିଳା ଡାକ୍ତରମାନଙ୍କୁ ଲଦାଖରେ ନିୟୋଜିତ କରିଛି। ଲେହରୁ ସୈନ୍ୟ ପଠାଇବା ଠାରୁ ଆରମ୍ଭ କରି ଆଗୁଆ ଘାଟିରେ ସେମାନଙ୍କର ଯତ୍ନ ନେବା ପର୍ଯ୍ୟନ୍ତ ସବୁକିଛି ମହିଳା ଡାକ୍ତରମାନେ ପରିଚାଳନା କରିବେ। ସୀମାରେ ଉତ୍ତେଜନାମୂଳକ ପରିସ୍ଥିତିକୁ ବିଚାରକୁ ନେଇ ଆଇଟିବିପି ଏହାର ପରିଚାଳନା ପଦ୍ଧତିକୁ ପରିବର୍ତ୍ତନ ଦେଇଛି। ପୂର୍ବରୁ କୌଣସି ମହିଳା ଅଧିକାରୀଙ୍କୁ ଏଭଳି ସ୍ଥାନରେ ନିୟୋଜିତ କରାଯାଉନଥିଲା।

ଆଇଟିବିପି କିଛି ସପ୍ତାହ ପୂର୍ବରୁ ମହିଳା ଡାକ୍ତର ଏବଂ ଅନ୍ୟ କର୍ମଚାରୀଙ୍କୁ ସେହି ସବୁ ଅଂଚଳକୁ ପଠାଇବା ଆରମ୍ଭ କରିଥିଲା। ପୂର୍ବରୁ କେବଳ ପୁରୁଷ ଡାକ୍ତରଙ୍କୁ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଆଗୁଆ ଘାଟୀକୁ ପଠାଯାଇଥିଲା। ଲେହର ଆଇଟିବିପି ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଅନ୍ୟ ପାରା-ମେଡିକ୍ସ ସହିତ ସୈନ୍ୟମାନଙ୍କର ଯତ୍ନ ନେବା ପାଇଁ ମହିଳା ଅଧିକାରୀମାନେ ବର୍ତ୍ତମାନ ସୀମାନ୍ତ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ମହିଳା ଡାକ୍ତରମାନଙ୍କୁ ସୈନ୍ୟମାନଙ୍କର ଚିକିତ୍ସା ଆବଶ୍ୟକତା ତଦାରଖ କରିବାକୁ ଦାୟିତ୍ୱ ଦିଆଯାଇଛି। ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଅନ୍ୟ ପାରାମେଡିକ୍ସ ସହିତ ବିଭିନ୍ନ ରଣନୀତିକ ସ୍ଥାନରେ ସେମାନଙ୍କୁ ନିୟୋଜିତ କରାଯାଇଛି। ଫାର୍ମାସିଷ୍ଟ ଏବଂ ନର୍ସିଂ ସହାୟକମାନେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ବହୁ ସଂଖ୍ୟାରେ ନିୟୋଜିତ ହୋଇଛନ୍ତି।

ଲେହରେ ଥିବା ସାମରିକ ଘାଟିରେ ଦେଶର ବିଭିନ୍ନ ସ୍ଥାନରୁ ସୈନ୍ୟମାନେ ପହଞ୍ଚୁଛନ୍ତି ଏବଂ ସେମାନଙ୍କୁ କଡା ଚିକିତ୍ସା ଯାଞ୍ଚ ସହ ଫିଟନେସ୍ ସାର୍ଟିଫିକେଟ୍ ଆବଶ୍ୟକ ହେଉଛି। ଜଣେ ମହିଳା ଡାକ୍ତର କାତାୟନୀ ଶର୍ମା ସେହି ମେଡିକାଲ ବେସର ନେତୃତ୍ୱ ନେଇଛନ୍ତି ଏବଂ କେବଳ ଫିଟ୍ ଥିବା ସୈନ୍ୟମାନଙ୍କୁ ପଠାଇବା ଦାୟିତ୍ୱରେ ଅଛନ୍ତି।

Comments are closed.