ଇଟାଲିରେ ପୋଲ ଭୁଶୁଡ଼ି ୩୫ ମୃତ

0

ଜେନେଭା : ଉତ୍ତର ଇଟାଲିର ଜେନେଭା ସହରରେ ମଙ୍ଗଳବାର ପ୍ରବଳ ବର୍ଷା ଯୋଗୁଁ ଏକ ମୋଟର ୱେ ପୋଲ ଭୁଶୁଡ଼ି ଅନ୍ୟୁନ୍‍ ୩୫ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନେକ ଆହତ ହୋଇଛନ୍ତି। ସ୍ଥାନୀୟ ଆମ୍ବୁଲାନ୍ସ ସେବା ଅଧିକାରୀଙ୍କ ସୂଚନା ଅନୁସାରେ ଦୁର୍ଘଟଣାରେ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ଇଟାଲି ପରିବହନ ମନ୍ତ୍ରୀ ଏହି ଘଟଣାରେ ଶୋକ ବ୍ୟକ୍ତ କରିବା ସହ ତଦନ୍ତ ନିର୍ଦେଶ ଦେଇଛନ୍ତି। ସ୍ଥାନୀୟ ସମୟ ଅନୁସାରେ ସକାଳ ପ୍ରାୟ ସାଢେ ୧୧ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପ୍ରବଳ ବର୍ଷା ଯୋଗୁଁ ମୋଟର ୱେ ପୋଲଟି ଭୁଶୁଡ଼ି ପଡ଼ିଥିଲା। ୬୦ ଦଶକରେ ଏହି ମୋଟର ୱେ ବ୍ରିଜ୍‍ର ନିର୍ମାଣ ହୋଇଥିଲା। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ଏହି ପୋଲକୁ ୨୦୧୬ରେ ମରାମତି କରାଯାଇଥିଲା। ଦୁର୍ଘଟଣା ସମୟରେ ପୋଲ ମଝିରେ କିଛି କାର୍ଯ୍ୟ ଚାଲିଥିଲା ଓ ପୋଲକୁ ନିରୀକ୍ଷଣରେ ରଖାଯାଇଥିଲା। ପୋଲର ଭଗ୍ନାଂବଶେଷ ନଦୀ, ରେଳ ଧାରଣା ଓ ପାଖ ଅଟ୍ଟଳିକା ଉପରେ ପଡିଥିଲା।

Leave A Reply