ଇଟାଲିଆନ ଓପନ୍‌, ନାଦାଲ ଚମ୍ପିଆନ

ରୋମ୍‌: ବିଶ୍ୱର ୧ ନମ୍ବର ଖେଳାଳି ନୋଭାକ୍ ଜୋକୋଭିକ୍‌ଙ୍କୁ ପରାସ୍ତକରି ରାଫେଲ ନାଦାଲ୍‌ ଇଟାଲିଆନ ଓପନ୍‌ ଟେନିସ୍ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍‍ସ ଟାଇଟଲ ହାସଲ କରିଛନ୍ତି। ରବିବାର ବିଶ୍ୱର ଶ୍ରେଷ୍ଠ ଦୁଇ ଖେଳାଳି ସର୍ବିୟାର ଜୋକୋଭିକ୍‌ ଓ ନାଦାଲଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ଖେଳା ଯାଇଥିଲା। ଏଥିରେ ନାଡାଲ ୭-୫, ୧-୬ ଓ ୬-୩ ସେଟ୍‌ରେ ନୋଭାକ୍ ଜୋକୋଭିକ୍‌ଙ୍କୁ ପରାସ୍ତ କରିଥିଲେ। ଦୁହେଁ ୨ ଘଣ୍ଟା ୪୯ ମିନିଟ୍‍ ଧରି ଲଢ଼େଇ କରିଥିଲେ। ନାଦାଲ ଓ ଜୋକୋଭିଚ୍‍ ଉଭୟେ ୫୬ ଥର ପାଇଁ ପରସ୍ପରକୁ ଭେଟିଥିଲେ। ଶେଷଥର ୨୦୨୦ ଫ୍ରେଞ୍ଚ୍ ଓପନରେ ଦୁହେଁ ମୁହାଁମୁହିଁ ହୋଇଥିଲେ। ଏଥିରେ ନାଦାଲ ବାଜି ମାରିଥିଲେ।

ଇଟାଲିଆନ ଓପନର ୧୭ଟି ଫାଇନାଲ ମଧ୍ୟରୁ ନାଦାଲ ଓ ଜୋକୋଭିକ୍‌ ମିଳିତ ଭାବେ ୧୫ଥର ଚମ୍ପିଆନ ହୋଇଛନ୍ତି। ଉଭୟେ ୬ଷ୍ଠ ଥର ପାଇଁ ଫାଇନାଲରେ ମୁହାଁମୁହିଁ ହୋଇଥିଲେ। ଏଥିରେ ନାଡାଲ ୪-୨ରେ ଆଗୁଆ ରହିଛନ୍ତି। ୧୦ମ ଥର ପାଇଁ ଏହି ଟାଇଟଲ ଜିତିଥିବାରୁ ମୁଁ ବହୁତ ଉତ୍ସାହିତ। ୨୦୦୫ରେ ପ୍ରଥମ ଥର ପାଇଁ ରୋମ୍‌ରେ ଚମ୍ପିଆନ ହୋଇଥିଲି। ଉକ୍ତ ଫାଇନାଲ ମ୍ୟାଚ ୫ ଘଣ୍ଟା ଧରି ଚାଲିଥିଲା। ଚଳିତଥର ଉକ୍ତ ପ୍ରତିଯୋଗିତାରେ ଚମ୍ପିଆନ ହେବା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ନାଡାଲ କହିଛନ୍ତି।

Comments are closed.