ଜୟନ୍ତୀରେ ଉତ୍କଳ ଗୌରବ ମଧୁସୁଦନଙ୍କୁ ଶ୍ରଦ୍ଧାଞ୍ଜଳି

ଆଠଗଡ : ଆଠଗଡ ପ୍ରଶାସନ ଏବଂ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି  ଓ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି।

ଆଠଗଡ ପ୍ରଶାସନ ପକ୍ଷରୁ ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ, ଉତ୍କଳର ଅନ୍ୟତମ ବରପୁତ୍ର, ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରତିଷ୍ଠିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ତହସିଲଦାର ପ୍ରିୟବ୍ରତ ଦାସ, ସହକାରୀ ଜିଲ୍ଲାପାଳ ମାନସ ରଞ୍ଜନ ବେହେରା, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାଶ, ସରୋଜ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ବିଭୁ ରଞ୍ଜନ ମହାନ୍ତି, ସରକାରୀ ଓକିଲ ପ୍ରେମାନନ୍ଦ ସେନାପତିଙ୍କ ସମେତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅନ୍ୟ ଅଧିକାରୀ ଓ କର୍ମଚାରୀ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଦାଶଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଉପସ୍ଥିତ ଅତିଥି ଉତ୍କଳ ଗୌରବ ମଧୁସୁଦନଙ୍କର ବହୁମୁଖୀ ପ୍ରତିଭା ଏବଂ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ।

ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଦିବସ 

ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ୧୭୫ତମ ଜୟନ୍ତୀ ଅବସରରେ ଆଠଗଡ ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି । ଓକିଲ ସଂଘ ସଭାପତି ଜଗଦାନନ୍ଦ ତ୍ରିିପାଠୀଙ୍କ ସମେତ ବହୁ ଆଇନଜୀବୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରତିଷ୍ଠିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରିଥିଲେ । ପରେ ପରେ ଓକିଲ ସଂଘ ସଭାଗୃହରେ ସଭାପତି ଶ୍ରୀ ତିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଆଇନଜୀବୀ ବିଷ୍ଣୁପ୍ରସାଦ ପଣ୍ଡା, ସୁଧାଂଶୁ ଭୂଷଣ ମହାନ୍ତି, ଜ୍ଞାନ ପ୍ରକାଶ ଧଳସାମନ୍ତ, ଶ୍ରୀନିବାସ ଦାସ, ପ୍ରତାପ ଚନ୍ଦ୍ର ସେଠୀ, ସୁପ୍ରଭା ଦୋରା, ସଂଘର ପୂର୍ବତନ ସଭାପତି ସତ୍ୟେନ ପଣ୍ଡା, ରାମନାରାୟଣ ମହାନ୍ତି, ବିମ୍ବାଧର ରାଉତ, ଶ୍ରୀନିବାସ ପତ୍ରୀ, ସତ୍ୟବାଦୀ ସାହୁ, ପ୍ରମୋଦ କୁମାର ଜେନା, ସୁବାସ ଚନ୍ଦ୍ର ସାହୁ, ସୁଶାନ୍ତ ମିଶ୍ର ଓ ପ୍ରତାପ ପଟ୍ଟନାୟକ ପ୍ରମୁଖ ଉଦ୍‌‌ବୋଧନ ଦେଇ ମଧୁବାବୁଙ୍କ ତ୍ୟାଗପୁତ ଜୀବନାଦର୍ଶ ଏବଂ ଉତ୍କଳ ପ୍ରଦେଶ ପାଇଁ ତାଙ୍କର ଅବଦାନ ସଂପର୍କରେ ଆଲୋକପାତ କରିବା ସହ ସେ ପ୍ରତ୍ୟେକ ଆଇନଜୀବୀଙ୍କ ପାଇଁ ଗର୍ବ, ଗୌରବ ଓ ପ୍ରେରଣାର ଉତ୍ସ ବୋଲି ମତବ୍ୟକ୍ତ କରିଥିଲେ। ଓକିଲସଂଘ ସଂପାଦକ ବନବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.