କାନିମୋଝିଙ୍କ ବାସଭବନରେ ଆୟକର ଚଢ଼ାଉ

ଚେନ୍ନାଇ: ତାମିଲନାଡୁର ଡିଏମକେ ନେତ୍ରୀ କେ. କାନିମୋଝିଙ୍କ ବାସଭବନରେ ଆୟକର ବିଭାଗ ଏବଂ ନିର୍ବାଚନ ଆୟୋଗ ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଇଛି। କାନିମୋଝି ଚଳିତଥର ଥୁଠୁକୁଡି ଆସନରୁ ପ୍ରାର୍ଥୀ ହୋଇଛନ୍ତି। କାନିମୋଝିଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ଏହି ଚଢ଼ାଉ କରାଯାଇଥିଲା। ରିଟର୍ନିଂ ଅଫିସର ତଥା ଜିଲା ଜାମିଷ୍ଟ୍ରେଟ ସନ୍ଦୀପ ନନ୍ଦୁରୀଙ୍କ ଅଭିଯୋଗ କ୍ରମେ ଏହି ଚଢ଼ାଉ କରାଯାଇଥିବା ଆୟକର ବିଭାଗର ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି। ଟଙ୍କା କାରବାର ସମ୍ପର୍କରେ ସୂଚନା ମିଳିବା ପରେ ଥୁଠୁକୁଡିର କୁରୁଞ୍ଜି ନଗରରେ ଥିବା କାନିମୋଝିଙ୍କ ବାସଭବନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉରେ ପ୍ରାୟ ୧୦ ଅଧିକାରୀ ସାମିଲ ହୋଇଥିଲେ।

ତେବେ ଏହି ଚଢ଼ାଉକୁ ନେଇ ଡିଏମକେ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ବିଜେପି ବିରୋଧୀମାନଙ୍କୁ ହଇରାଣ କରିବା ଲାଗି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ବ୍ୟବହାର କରୁଛି ବୋଲି ଡିଏମ୍‌କେ ପକ୍ଷରୁ ଅଭିଯୋଗ କରାଯାଇଛି। ଏହା ପରେ ଡିଏମକେ କର୍ମୀମାନେ ସ୍ଥାନୀୟ ଅଞ୍ଚଳରେ ବିକ୍ଷୋଭ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନାରାବାଜି କରିଥିଲେ।

Comments are closed.