କେବେ ସୁଦ୍ଧା କରୋନାକୁ କାବୁ କରିହେବ ତାହା କହିବା ଅସମ୍ଭବ: ଡବ୍ଲ୍ୟୁଏଚଓ

ଜେନିଭା: ସାରା ବିଶ୍ଵ କରୋନା ଭୂତାଣୁ ଦ୍ବାରା କବଳିତ ହୋଇଛି। ୪୪ ଲକ୍ଷରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବାବେଳେ ୨ ଲକ୍ଷ ୯୮ ହଜାର ପ୍ରାଣ ହରାଇଛନ୍ତି। ଦିନକୁ ଦିନ ଏହି ଭୂତାଣୁ ଅଧିକ ବଢ଼ିବାରେ ଲାଗିଥିବାବେଳେ କେବେ ସୁଦ୍ଧା ଏହାକୁ କାବୁ କରିହେବ ତାହା ଆକଳନ କରିବା ଅସମ୍ଭବ ବୋଲି ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) କହିଛି।

ଡବ୍ଲ୍ୟୁଏଚଓର ଜରୁରୀ ପରିସ୍ଥିତି ସମ୍ବନ୍ଧୀୟ ପ୍ରମୁଖ ଡା. ମାଇକେଲ ରୟାନ କହିଛନ୍ତି ଯେ, ବିଶ୍ବ ମହାମାରୀ କରୋନାକୁ କେବେ ସୁଦ୍ଧା ନିୟନ୍ତ୍ରଣ କରାଯାଇପାରିବ ତାହା ଅନୁମାନ କରିବା ଅସମ୍ଭବ। ସମ୍ଭବତଃ ଏହି ଭୂତାଣୁ କେବେ ନ ଯାଇପାରେ। କୋଭିଡ-୧୯ରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା କମ୍‌ ରହିଛି। ଟିକା ପ୍ରସ୍ତୁତ ହୋଇ ନ ଥିବାରୁ ଲୋକମାନଙ୍କ ଶରୀରରେ ଏହି ଭୂତାଣୁ ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ମଜଭୁତ ହେବାରେ ବର୍ଷ ବର୍ଷ ସମୟ ଲାଗିପାରେ। ଆଶା କରାଯାଉଛି ଟିକା ପ୍ରସ୍ତୁତ ହୋଇଯିବ। କିନ୍ତୁ ସେତେବେଳେ ଏହାକୁ ବହୁ ସଂଖ୍ୟାରେ ପ୍ରସ୍ତୁତ କରିବା ଏବଂ ବିଶ୍ଵବ୍ୟାପୀ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ଅନେକ କାମ କରିବାର ଆବଶ୍ୟକତା ରହିଛି।

Comments are closed.