କ୍ଷମତାରେ ରହି ଦଳ ଚଳାଇବା କଷ୍ଟକର – ମୋଦୀ

ନୂଆଦିଲ୍ଲୀ: ବିଜେପିର ନୂଆ ଅଧ୍ୟକ୍ଷ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳୀୟ କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ଉଦବୋଧନ ଦେବା ଅବସରରେ କହିଛନ୍ତି, କ୍ଷମତାରେ ରହି ଦଳ ଚଳାଇବା କଷ୍ଟକର। ନବନିର୍ବାଚିତ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡାଙ୍କୁ ଶୁଭେଚ୍ଛା ଜଣାଇବା ପରେ ପ୍ରଧାନମନ୍ତ୍ରୀ ସେଠାରେ ଉପସ୍ଥିତ ଦଳୀୟ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ସବୁ ସମୟରେ ଦଳର ସମ୍ପ୍ରସାରଣ ହେବା ଆବଶ୍ୟକ। ବିଜେପିରେ ଯୁବ ପିଢିଙ୍କୁ ଅଗ୍ରାଧିକାର ମିଳୁଥିବା ବିଷୟକୁ ପ୍ରାଧାନ୍ୟ ଦେଇ ମୋଦୀ କହିଛନ୍ତି, ବିଜେପି ନିଜ ଆଦର୍ଶ ଓ ମୂଲ୍ୟବୋଧ ଉପରେ ପାଥେୟ କରି ଅଗ୍ରସର ହେଉଛି। ଦଳ ମର୍ଯ୍ୟାଦା ପାଳନ କରୁଛି ଓ ଆଗକୁ ମଧ୍ୟ ତାହା ବଜାୟ ରଖିବା ବୋଲି ସେ କହିଛନ୍ତି।

ପୁରୁଣା ଦିନ କଥା ମନେପକାଇ ମୋଦୀ କହିଛନ୍ତି ଯେ, ସମୟ ଥିଲା ସେ ନଡ୍ଡାଙ୍କ ସହ ଗୋଟିଏ ସ୍କୁଟରରେ ଯିବା ଆସିବା କରୁଥିଲେ ଓ କାମ କରୁଥିଲେ। ସେ କହିଛନ୍ତି ଯେ ଦଳ ଗଠନ ଦିନ ଠାରୁ ଯେଉଁ ମୂଲ୍ୟ ଓ ଆଦର୍ଶକୁ ନେଇ ସେମାନେ କାର୍ଯ୍ୟ କରୁଥିଲେ ସେଥିରେ ଆଜି ବି ଦଳ କାଏମ ରହିଛି ଓ ବିସ୍ତାରିତ ହେଉଛି।

Comments are closed.