ଆସନ୍ତାକାଲି ଉତକ୍ଷେପଣ ହେବ ୪୨ତମ ଯୋଗାଯୋଗ ଉପଗ୍ରହ ସିଏମଏସ-୦୧, ଅବଗଣନା ଆରମ୍ଭ

ଭାରତ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୋଗାଯୋଗ ଉପଗ୍ରହ ‘ସିଏମଏସ-୦୧’ ଉତକ୍ଷେପଣ ପାଇଁ ୨୫ ଘଣ୍ଟିଆ ଅବଗଣନା ଆରମ୍ଭ ହୋଇଛି। ଆଜି ଅପରାହ୍ନ ୨ଟା ୪୧ ମିନିଟରେ ଏହି ଅବଗଣନା ଆରମ୍ଭ ହୋଇଛି। ଏହା ଦେଶର ୪୨ତମ ଯୋଗାଯୋଗ ଉପଗ୍ରହ ହେବ। ଆସନ୍ତାକାଲି (ଡିସେମ୍ବର ୧୭) ଅପରାହ୍ନ ୩ଟା ୪୧ ମିନିଟରେ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୫୦ ଦ୍ୱାରା ଏହାକୁ ଉତକ୍ଷେପଣ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ, ଇସ୍ରୋ ଜଣାଇଛି।


ପିଏସଏଲଭିର ୫୨ତମ ମିଶନରେ ଏହି ଉପଗ୍ରହକୁ ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ଉତକ୍ଷେପଣ କରାଯିବ। ପାଣିପାଗ ପରିସ୍ଥିତି ଅନୁଯାୟୀ ଆସନ୍ତାକାଲି ଏହାକୁ ଉତକ୍ଷେପଣ କରିବାକୁ ସ୍ଥିର କରାଯାଇଛି। ଏହି ଯୋଗାଯୋଗ ଉପଗ୍ରହ ବିସ୍ତାରିତ-ସି ବ୍ୟାଣ୍ଡରେ ସେବା ଯୋଗାଇବ ଯେଉଁଥିରେ ଆଣ୍ଡାମାନ-ନିକୋବର ଏବଂ ଲାକ୍ଷାଦ୍ବୀପ ଦ୍ୱୀପପୁଞ୍ଜକୁ ଯୋଗାଯୋଗ ସହଜ ହେବ।

Comments are closed.