ମାତ୍ର ୬ ଦିନରେ ବିଶ୍ୱର ସବୁଠୁ ହାଲକା ଉପଗ୍ରହ ନିର୍ମାଣ କଲେ ଛାତ୍ରଛାତ୍ରୀ, ମହାକାଶକୁ ପଠାଇବ ଇସ୍ରୋ

0

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଗୁରୁବାର ରାତିରେ ନିଜର ପିଏସ୍‍ଏଲଭି ରକେଟ୍‍ ସହ ଏକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ ଏକ ଉପଗ୍ରହ ମହାକାଶକୁ ପ୍ରେରଣ କରିବ। ମାତ୍ର ୬ ଦିନ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ ଏହି ଉପଗ୍ରହ (ସାଟେଲାଇଟ୍‍) ବିଶ୍ୱର ସବୁଠାରୁ ହାଲକା ଉପଗ୍ରହ ବୋଲି ଇସ୍ରୋ ଦାବି କରିଛି। ଏହାର ଓଜନ ପ୍ରାୟ ୧.୨୬ କିଲୋଗ୍ରାମ। ଅର୍ଥାତ ଏହି ଉପଗ୍ରହର ଓଜନ ଏକ ଚୌକିଠାରୁ ବି କମ୍‍। ୧୨ ଲକ୍ଷ ଟଙ୍କାରେ ନିର୍ମିତ ଏହି ଉପଗ୍ରହର ନାମ ହେଉଛି କଲାମସେଟ୍‍-୨। ସ୍ପେସ୍‍ କିଡ୍‍ସ ନାମର ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ମାତ୍ର ୬ ଦିନ ମଧ୍ୟରେ ଏହି ଉପଗ୍ରହ ନିର୍ମାଣ କରିଛନ୍ତି। ଏହା ଉପରେ ଛାତ୍ରଛାତ୍ରୀ ଏବଂ ପ୍ରଧ୍ୟାପକଙ୍କ ୬ ବର୍ଷରୁ ଅଧିକ ଦିନର ପରିଶ୍ରମ ରହିଛି। କଲାମସେଟ୍‍-୨ ହେଉଛି ଏକ ଯୋଗାଯୋଗ ଉପଗ୍ରହ। ରେଡିଓ ଯୋଗାଯୋଗ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯିବ। ପ୍ରଥମ ଥର ଇସ୍ରୋ ଏକ ଘରୋଇ ଶିକ୍ଷାନୁଷ୍ଠାନର ଉପଗ୍ରହ ମାଗଣାରେ ମହାକାଶକୁ ପ୍ରେରଣ କରୁଛି। ଇସ୍ରୋ ଏହାଦ୍ୱାରା ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କୁ ବୈଜ୍ଞାନିକ ଏବଂ ଯନ୍ତ୍ରୀ ହେବା ପାଇଁ ପ୍ରେରଣା ଦେବାକୁ ପ୍ରୟାସ କରିଛି।

Leave A Reply