ଆଜି ଜିସାଟ୍‍-୨୯ର ଉତକ୍ଷେପଣ

0

ଚେନ୍ନଇ : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ନିର୍ମିତ ଯୋଗାଯୋଗ ଉପଗ୍ରହ ଜିସାଟ୍‍-୨୯ର ଉତକ୍ଷେପଣ ପାଇଁ ଅବଗଣନା ମଙ୍ଗଳବାର ୦୨.୫୦ରୁ ଆରମ୍ଭ ହୋଇଛି। ବୁଧବାର ଅପରାହ୍ଣ ୦୫ଟା ୦୮ ମିନିଟରେ ଏହି ଉପଗ୍ରହକୁ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରର ୨ୟ ଲଞ୍ଚ ପ୍ୟାଡରୁ ଉତକ୍ଷେପଣ କରାଯିବ। ଧ୍ରୁବିୟ ଉପଗ୍ରହ ଉତକ୍ଷେପଣ ଯାନ (ଜିଏସଏଲଭି) ମାର୍କ ୩ ଏହି ଉପଗ୍ରହକୁ ନେଇ ମହାକାଶରେ ସ୍ଥାପନ କରିବ। ଜିସାଟ୍‍-୨୯ର ଓଜନ ୩୪୨୩ କିଗ୍ରା. ଏବଂ ଏହା ୧୦ ବର୍ଷ ପାଇଁ କାର୍ଯ୍ୟକ୍ଷମ ରହିବ​। ଏହାର ଉପଗ୍ରହର ଉତକ୍ଷେପଣ ପାଇଁ ମଙ୍ଗଳବାର ଠାରୁ ଅବଗଣନା ଆରମ୍ଭ ହୋଇଛି। ଚଳିତ ବର୍ଷ ପାଇଁ ଏହା ହେବ ଇସ୍ରୋର ଦଶମ ମିଶନ।

Leave A Reply