ଇସ୍ରୋର ଐତିହାସିକ ମିଶନ: ୯ ଉପଗ୍ରହ ସହ PSLV-C54ର ହେଲା ଉତ୍କ୍ଷେପଣ
୯ଟି ମଧ୍ୟରେ ରହିଛି ଓସନସାଟ୍-୩ ସହ ୮ଟି ନାନୋ ସାଟେଲାଇଟ

ନୂଆଦିଲ୍ଲୀ: ଇତିହାସ ରଚିଲା ଇସ୍ରୋ। ମହାସାଗରର ବୈଜ୍ଞାନିକ ଅଧ୍ୟୟନ ଓ ବାତ୍ୟା ଉପରେ ନଜର ରଖିବା ପାଇଁ ଇସ୍ରୋ ଶନିବାର ଓସନସାଟ୍-୩ ସାଟେଲାଇଟ୍ ଉତ୍କ୍ଷେପଣ କରିଛି। PSLV-C54 ରକେଟ୍ ମାଧ୍ୟମରେ ଏହାକୁ ଉତ୍କ୍ଷେପଣ କରାଯାଇଛି। ଏହା ସହିତ ୮ଟି ନାନୋ ସାଟେଲାଇଟର ମଧ୍ୟ ଉତ୍କ୍ଷେପଣ ହୋଇଛି। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ହୋଇଛି ଏହି ଐତିହାସିକ ଉତ୍କ୍ଷେପଣ। ମୋଟ୍ ୯ଟି ସାଟେଲାଇଟ୍କୁ ନେଇ ଯାଇଛି PSLV-C54।
ଇସ୍ରୋ ବୈଜ୍ଞାନିକମାନେ ଏହାକୁ ସବୁଠୁ ଲମ୍ବା ମିଶନ୍ ଭାବରେ ବିବେଚନା କରିଛନ୍ତି। ଏଥିରେ ରକେଟ୍ ଉପଗ୍ରହକୁ ଦୁଇଟି କକ୍ଷପଥକୁ ନେଇଯିବ। ଲଞ୍ଚର ୨୦ ମିନିଟ୍ ପରେ ଓସନ୍-ସାଟ୍କୁ ପୃଥିବୀଠାରୁ ୭୪୨ କିଲୋମିଟର ଉଚ୍ଚରେ ଛଡ଼ାଯିବ। ଏହାପରେ ରକେଟ୍କୁ ପୃଥିବୀ ଆଡ଼କୁ ଅଣାଯିବ ଏବଂ ବାକି ଉପଗ୍ରହଗୁଡିକ ୫୧୬ ରୁ ୫୨୮ କିଲୋମିଟର ଉଚ୍ଚରେ ଛଡ଼ାଯିବ।
Comments are closed.