ଇସ୍ରୋ ସମେତ ୩ ହଜାର ସରକାରୀ ଇ-ମେଲ ଆଇଡି ହ୍ୟାକ

ଡେସ୍କ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ – ଇସ୍ରୋ, ବିଦେଶ ମନ୍ତ୍ରାଳୟ ଓ ଆଣବିକ ବୈଜ୍ଞାନିକଙ୍କ ଭଳି ୩ ହଜାର ବ୍ୟକ୍ତି ଓ ସରକାରୀ ପ୍ରତିଷ୍ଠାନର ଇ-ମେଲ ଆଇଡି ଓ ତାର ପାସୱାର୍ଡ଼ ସାଧାରଣରେ ଉପଲବ୍ଧ ହେଉଥିବା ଜଣାପଡିଛି। ସେହି ସବୁ ଇ-ମେଲ ଆଇଡିର ଶେଷରେ ‘gov.in’ ରହିଛି ଅର୍ଥାତ ଏଭଳି ଇ-ମେଲ ଆଇଡି କେବଳ ସରକାରୀ ପ୍ରତିଷ୍ଠାନ ଓ ଗୁରୁତ୍ୱପୂର୍ଣ୍ଣ ସରକାରୀ ଯୋଜନା ସହ ଜଡିତ ବ୍ୟକ୍ତିବିଶେଷଙ୍କୁ ଦିଆଯାଇଥାଏ। ସେଗୁଡିକ ମଧ୍ୟରେ ୨୦ଟି ସରକାରୀ ପ୍ରତିଷ୍ଠାନ ରହିଛି।

ଭାବା ଆଣବିକ ଗବେଷଣା କେନ୍ଦ୍ର, କର୍ପୋରେଟ ମନ୍ତ୍ରାଳୟ, ଆଣବିକ ଶକ୍ତି ନିୟାମକ ବୋର୍ଡ ଓ ସେବି ସମେତ ଅନେକ ମନ୍ତ୍ରାଳୟ, ବିଭାଗ ଏବଂ ପ୍ରତିଷ୍ଠାନ ଏହି ତାଲିକାରେ ରହିଛି ଯେଉଁଗୁଡିକର ଇ-ମେଲ ଆଇଡି ଓ ପାସୱାର୍ଡ ହ୍ୟାକ କରାଯାଇଥିବା ଜଣାପଡିଛି। ଇନ୍ଦିରା ଗାନ୍ଧୀ ଆଣବିକ ଗବେଷଣା କେନ୍ଦ୍ରର ୩୬୫ଟି, ଭାବା ଆଣବିକ ଗବେଷଣା ପ୍ରତିଷ୍ଠାନର ୩୨୫ଟି, ସେବିର ୧୫୭ଟି ଓ ଗୁଜୁରାଟ ସରକାରର ୧୩୨ଟି ଇ-ମେଲ ଆଇଡି ରହିଛି।

Comments are closed.