ନାସା ପୂର୍ବରୁ ଇସ୍ରୋ ପାଇଥିଲା ‘ବିକ୍ରମ’ର ସନ୍ଧାନ

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଲ୍ୟାଣ୍ଡର ‘ବିକ୍ରମ’ର ସନ୍ଧାନ ନାସାର ଏଲଆରଓ ପୂର୍ବରୁ ଚନ୍ଦ୍ରଯାନ-୨ର ଅର୍ବିଟର ପାଇସାରିଥିଲା। ଇସ୍ରୋ ଅଧ୍ୟକ୍ଷ କେ. ଶିବନ ନିଜେ ଏହାର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଆମେ ନିଜ ୱେବସାଇଟ୍‌ରେ ଏ ସମ୍ପର୍କରେ ସୂଚନା ପ୍ରଥମେ ଦେଇଥିଲୁ। ଆପଣମାନେ ଏହାର ଯାଞ୍ଚ କରିପାରିବେ।

ଇସ୍ରୋ ନିଜର ୱେବ୍‌ସାଇଟ୍‌ରେ ଗତ ସେପ୍ଟେମ୍ବର ୧୦ରେ ଏକ ତଥ୍ୟ ଅପ୍‌ଡେଟ୍‌ କରିଥିଲା, ଯେଉଁଥିରେ ଉଲ୍ଲେଖ ରହିଛି ଯେ, ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ର ସନ୍ଧାନ ମିଳିସାରିଛି। କିନ୍ତୁ ତାହା ସହିତ ବର୍ତ୍ତମାନ ସୁଦ୍ଧା ସମ୍ପର୍କ ସ୍ଥାପନ ହୋଇପାରୁ ନାହିଁ। ସମ୍ପର୍କ ସ୍ଥାପନ ଲାଗି ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି। ସୂଚନାଯୋଗ୍ୟ, ନାସା ଗତ ମଙ୍ଗଳବାର ସକାଳେ ନିଜ ଲୁନାର ରିକନ୍‌ସେନ୍ସ ଅର୍ବିଟର(ଏଲଆରଓ)ରୁ ନିଆଯାଇଥିବା ଏକ ଫଟୋ ଜାରି କରିଥିଲା। ବିକ୍ରମ ଯେଉଁ ସ୍ଥାନରେ କ୍ରାଶ ଲ୍ୟାଣ୍ଡିଂ କରିଥିଲା ସେଠାରୁ ୭୫୦ ମିଟର ଦୂର ଚନ୍ଦ୍ରପୃଷ୍ଠରେ ବିକ୍ରମର ଭଗ୍ନାବଶେଷ ପଡ଼ିରହିଥିବା ନାସା ପକ୍ଷରୁ କୁହାଯାଇଥିଲା।

Comments are closed.