ମହାକାଶକୁ ରୋବର୍ଟ ପଠାଇବ ଇସ୍ରେ।

ନୂଆଦିଲ୍ଲୀ: ଇସ୍ରୋକୁ ମିଳିପାରେ ବଡ଼ ସଫଳତା । ୨୦୨୨ରେ ମାନବ ବିହୀନ ମିଶନ ଯୋଜନା କରିଛି ଇସ୍ରେ। । ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ବା (ଇସ୍ରେ।) ୨୦୨୨ରେ ଦୁଇଟି ମାନବ ବିହୀନ ମିଶନ ସଂପୂର୍ଣ୍ଣ କରିବାକୁ ଯୋଜନା କରିଛି । ଭାରତ ୨୦୨୨ର ଆରମ୍ଭରେ ଏକ ମାନବ ବିହୀନ ମିଶନ ଆରମ୍ଭ କରିବ । ଏହା ସହ ମହାକାଶକୁ ରୋବର୍ଟ ପଠାଇବାର ଏକ ସମ୍ଭାବନା ରହିଛି । ଯାହାର ନାଁ ରହିଛି ବାୟୁମିତ୍ର । ଏହା ପରେ, ବର୍ଷ ଶେଷରେ ଗଗନଯାନ ମିଶନ୍ ମଧ୍ୟ ଆରମ୍ଭ ହେବ, ଯାହା ମହାକାଶକୁ ପଠାଯିବା ଭାରତର ପ୍ରଥମ ମାନବ ମିଶନ ହେବ ।

ଏହି ମିଶନକୁ ୨୦୨୧ରେ ପଠାଇବାକୁ ଯୋଜନା କରାଯାଇଥିଲା । ହେଲେ କରୋନା ମହାମାରୀ ହେତୁ ଏହା ବିଳମ୍ବିତ ହୋଇଥିଲା । ଭାରତ ମଧ୍ୟ ୨୦୨୨-୨୩ ମଧ୍ୟରେ ଚନ୍ଦ୍ରଯାନ -୩ ଲଞ୍ଚ କରିବାର ଲକ୍ଷ୍ୟ ସ୍ଥିର କରିଛି। ପୂର୍ବରୁ ଇସ୍ରୋ ଏନେଇ ଯୋଜନା କରିଥିଲା ।

Comments are closed.