ଭାରତ ସ୍ବାଧୀନତା ଦିବସରେ ନେତନ୍ୟାହୁଙ୍କ ଶୁଭେଚ୍ଛା: ମୋଦୀ କହିଲେ ‘ଧନ୍ୟବାଦ ଖାସ୍ ବନ୍ଧୁ’

ନୂଆଦିଲ୍ଲୀ: ଶନିବାର ସାରା ଦେଶରେ ପାଳନ କରାଯାଉଛି ୭୪ତମ ସ୍ବାଧୀନତା ଦିବସ । ଏଥିନିମନ୍ତେ ସାରା ବିଶ୍ଵରୁ ଭାରତକୁମ ମିଳିଛି ଶୁଭେଚ୍ଛା । ଏହି ଅବସରରେ ଭାରତର ଘନିଷ୍ଠ ବନ୍ଧୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଟ୍ବିଟ୍ କରି ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି । ନେତନ୍ୟାହୁଙ୍କ ଶୁଭେଚ୍ଛାକୁ ଅଲଗା ଅନ୍ଦାଜରେ ଫେରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଛନ୍ତି ‘ଧନ୍ୟବାଦ ମୋର ଘନିଷ୍ଠ ବନ୍ଧୁ’।

ଶନିବାର ପ୍ରଧାନମନ୍ତ୍ରୀ ନ​‌େ​‌ରେନ୍ଦ୍ର ମୋଦୀ ଟ୍ବିଟ୍ କରିଛନ୍ତି – ଧନ୍ୟବାଦ ମୋର ପ୍ରିୟ ବନ୍ଧୁ ବେଞ୍ଜାମିନ ନେତନ୍ୟାହୁ ଓ ଇସ୍ରାଏଲର ଜନସାଧାରଣ । ଯେଉଁମାନେ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ଭାରତ ପ୍ରତି ବିଶେଷ ସ୍ନେହ ସ୍ପଷ୍ଟ ଦେଖାଯାଉଛି । ଇସ୍ରାଏଲ୍ ସହ ଘନିଷ୍ଠ ସମ୍ପର୍କ ପାଇଁ ଆମପାଇଁ ଗର୍ବର ବିଷୟ ।
ଶୁକ୍ରବାର ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଟ୍ବିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ‘ବହୁତ ଭଲ ବନ୍ଧୁ’  ବୋଲି ଉଲ୍ଲେଖ କରି ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଥିଲେ । ନେତନ୍ୟାହୁ ହିନ୍ଦୀରେ ଲେଖିଥିଲେ- ସ୍ବାଧୀନତା ଦିବସରେ ହାର୍ଦିକ ଅଭିନନ୍ଦନ । ଏହା ସହ ନେତନ୍ୟାହୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏକ ଫଟୋ ମଧ୍ୟ ଟ୍ବିଟରରେ ସେୟାର କରିଥିଲେ ।

Comments are closed.