ହିନ୍ଦୁଙ୍କୁ କ୍ଷମା ମାଗିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ପୁଅ

ଜେରୁଜେଲମ୍‍ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବଡ ପୁଅ ୟାର ହିନ୍ଦୁମାନଙ୍କୁ କ୍ଷମା ମାଗିଛନ୍ତି। ୟାରଙ୍କ ଏକ ଟ୍ୱିଟର ପୋଷ୍ଟକୁ ନେଇ କେତେକ ଭାରତୀୟ ଅପମାନ ବୋଧ କରିବାରୁ ସେ କ୍ଷମା ମାଗିଛନ୍ତି। ୨୯ବର୍ଷୀୟ ୟାର ରବିବାର ତାଙ୍କ ଟ୍ୱିଟରରେ ଏକ ଫଟୋ ପୋଷ୍ଟ କରିଥିଲେ ଯାହାକୁ ନେଇ କେତେକ ଭାରତୀୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ୟାର ତାଙ୍କ ଟ୍ୱିଟରରେ ଦେବୀ ଦୁର୍ଗାଙ୍କର ଏକ ଫଟୋ ପୋଷ୍ଟ କରିଥିଲେ। ତେବେ ଦୁର୍ଗାଙ୍କର ଏହି ଫଟୋଟିର ମୁହଁ ଥିଲା ଭିନ୍ନ। ଦୁର୍ଗାଙ୍କ ଫଟୋର ମୁହଁରେ ୟାର ତାଙ୍କ ବାପାଙ୍କ ଓକିଲ ଲିଆତ ବେନ ଆରିଙ୍କ ମୁହଁକୁ ଲଗାଇଥିଲେ। ଭାରତୀୟ ହିନ୍ଦୁଙ୍କ ପ୍ରତିକ୍ରିୟା ପରେ ୟାର ଏହି ଫଟୋଟିକୁ ନିଜ ଟ୍ୱିଟର ପୋଷ୍ଟରୁ ହଟାଇ ନେବା ସହିତ କ୍ଷମା ମାଗିଥିଲେ।

Comments are closed.