ଇସ୍ରାଏଲଠାରୁ ଡ୍ରୋନ ପ୍ରତିରୋଧୀ ବ୍ୟବସ୍ଥା କିଣିବ ଭାରତ

ନୂଆଦିଲ୍ଲୀ: ଭାରତ ସରକାର ସନ୍ଦିଗ୍ଧ ଡ୍ରୋନର ମୁକାବିଲା ପାଇଁ ଇସ୍ରାଏଲ ନିର୍ମିତ ଅତ୍ୟାଧୁନିକ ଡ୍ରୋନ୍‌ ପ୍ରତିରୋଧୀ ବ୍ୟବସ୍ଥା କ୍ରୟ କରିବେ। ଏ ନେଇ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଇସ୍ରାଏଲର ଏରୋସ୍ପେସ୍‌ ଇଣ୍ଡଷ୍ଟ୍ରିଜ (ଆଇଏଆଇ)ଠାରୁ ଭାରତ ‘ଏଲି-୪୦୩୦ ଡ୍ରୋନ ଗାର୍ଡ ସିଷ୍ଟମ’ କିଣିବା ପାଇଁ ପୂର୍ବରୁ ବୁଝାମଣା ହୋଇଥିଲାବେଳେ ଏହା କିପରି ଶୀଘ୍ର ହସ୍ତଗତ ହେବ ସେ ନେଇ ଉଦ୍ୟମ ଆରମ୍ଭ ହୋଇଛି। ଏହି ଡ୍ରୋନ ପ୍ରତିରୋଧୀ ବ୍ୟବସ୍ଥାର ସ୍ବଳ୍ପ, ମଧ୍ୟମ ଓ ଦୂରଗାମୀ ପ୍ରତିରୋଧୀ କ୍ଷମତା ରହିଛି। ଏହା ଯେ କୌଣସି ଡ୍ରୋନକୁ ଠାବ କରିବା ସହ ଆକାଶ ମାର୍ଗରେ ହିଁ ଧ୍ବଂସ କରିବାକୁ ସକ୍ଷମ।

ଭାରତକୁ ଆସିବା ପରେ ଏହାକୁ ସୀମାନ୍ତ ଓ ଅନ୍ୟ ପ୍ରତିରକ୍ଷା ଦୃଷ୍ଟିରୁ ସମ୍ବେଦନଶୀଳ ସ୍ଥାନରେ ମୁତୟନ କରାଯିବ। ଭାରତରେ ମହାକାଶ ଗବେଷଣା ଓ ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ପକ୍ଷରୁ ମଧ୍ୟ ଏଭଳି ବ୍ୟବସ୍ଥା ନିର୍ମାଣ କରାଯାଇଛି; କିନ୍ତୁ ଏହା ଇସ୍ରାଏଲ ଭଳି ଏତେ କ୍ଷମତାଶାଳୀ ନୁହେଁ। ସେଥିପାଇଁ ଭାରତ ଇସ୍ରାଏଲରୁ ଏହି ବ୍ୟବସ୍ଥା କରୁଛି। ଜାମ୍ମୁସ୍ଥିତ ବାୟୁସେନା ଘାଟି ଉପରେ ଡ୍ରୋନ୍‌ ଆକ୍ରମଣ ପରେ ଭାରତ ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି।

Comments are closed.