ଆଜିଠାରୁ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ଇସ୍ପାତ ଏକ୍ସପ୍ରେସ

ଉଦଘାଟନୀ ଦିବସରେ କାଣ୍ଟାବାଞ୍ଜିରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚାଲିବ, ସପ୍ତାହରେ ଚାରି ଦିନ କଣ୍ଟାବାଞ୍ଜି ଯାତ୍ରା

କଣ୍ଟାବାଞ୍ଜି : ୧୨୮୭୧/୧୨୮୭୨ ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସର ସେବାକୁ ଆଜି ଠାରୁ କାଣ୍ଟାବାଞ୍ଜି ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସମ୍ପ୍ରସାରିତ ଅଂଶର ଉଦଘାଟନୀ ଉତ୍ସବରେ, ଏହି ଟ୍ରେନ୍ କାଣ୍ଟାବାଞ୍ଜିରୁ ପୂର୍ବାହ୍ନ ୧୦ ଘଟିକାରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଯାତ୍ରା କରିବ ଏବଂ ରାତ୍ରି ୧୧ଘ.୩୦ମି.ରେ ହାଓଡ଼ାରେ ପହଞ୍ଚିବ। ଯାତ୍ରାପଥରେ, ଏହି ଟ୍ରେନ୍ ଟିଟିଲାଗଡରୁ ପୂର୍ବାହ୍ନ ୧୦ଘ.୫୫ମି.ରେ , ବଲାଙ୍ଗୀରରୁ ପୂର୍ବାହ୍ନ ୧୧ଘ.୫୦ମି.ରେ, ବରଗଡ ରୋଡ୍ ରୁ ଅପରାହ୍ନ ୧୨ଘ.୫୪ମି.ରେ, ସମ୍ବଲପୁରରୁ ଅପରାହ୍ନ ୧ଘ.୫୫ମି.ରେ, ଝାରସୁଗୁଡାରୁ ଅପରାହ୍ନ ୨ଘ.୫୦ମି.ରେ, ରାଉରକେଲାରୁ ଅପରାହ୍ନ ୪ଘ.୪୩ମି.ରେ, ଟାଟାରୁ ସନ୍ଧ୍ୟା ୭ଘ.୧୫ମି.ରେ, ଘଟଶିଳାରୁ ସନ୍ଧ୍ୟା ୮ଘ.୨୦ମି.ରେ ଏବଂ ଖଡ଼ଗ୍ପୁର ଠାରୁ ସନ୍ଧ୍ୟା ୮ ଘ.୫୬ମି.ରେ ଛାଡି ହାଓଡ଼ା ଯାତ୍ରା କରିବ। ଏହି ଟ୍ରେନ୍ ସଇଁତଳା, ଲୋଇସିଙ୍ଗା, ବରପାଲି, ହିରାକୁଦ୍, ରେଙ୍ଗାଲୀ, ରାଜଗାଙ୍ଗପୁର, ମନୋହରପୁର, ଚକ୍ରଧରପୁର, ରାଜଖରସୁଆନ୍, ସିନି, ରଖା ମାଇନ୍ସ, ଚକୁଲିଆ, ଝାରଗ୍ରାମ, ସାନ୍ତ୍ରାଗଛି ଠାରେ ମଧ୍ୟ ରହଣି କରିବ |

ଉଦ୍‌ଘାଟନୀ ଦିବସରେ ବଲାଙ୍ଗୀରର  ସାଂସଦ (ଲୋକସଭା) ଶ୍ରୀମତୀ ସଂଗୀତା ସିଂଦେଓ ଇସ୍ପାତ ଏକ୍ସପ୍ରେସକୁ କାଣ୍ଟାବାଞ୍ଜି ରେଳ ଷ୍ଟେସନରୁ ସବୁଜ ପତାକା ପ୍ରଦର୍ଶନ କରି ସମ୍ପ୍ରସାରଣ ଯାତ୍ରାର ଶୁଭାରମ୍ଭ କରିବେ।

ଏହି ଟ୍ରେନର ନିୟମିତ ସେବା ହାଓଡ଼ା ଠାରୁ ୧୪ଏପ୍ରିଲରୁ ପ୍ରତି ରବିବାର, ମଙ୍ଗଳବାର, ଗୁରୁବାର ଏବଂ ଶୁକ୍ରବାର ଏବଂ ୧୫ଏପ୍ରିଲ ଠାରୁ କଣ୍ଟାବାଞ୍ଜିରୁ ପ୍ରତ୍ୟେକ ସୋମବାର, ବୁଧବାର, ଶୁକ୍ରବାର ଏବଂ ଶନିବାର ଦିନ ସମ୍ପ୍ରସାରିତ ଅଂଶରେ ସପ୍ତାହରେ ୪ ଦିନ ଚଳାଚଳ କରିବ।

୧୬ ଏପ୍ରିଲରୁ ୧୩ ଅଗଷ୍ଟ ମଧ୍ୟରେ ଏହି ଟ୍ରେନ ପ୍ରତ୍ୟେକ ସୋମବାର, ବୁଧବାର ଏବଂ ଶନିବାର ଦିନ ହାଓଡ଼ାରୁ ଟିଟିଲାଗଡ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ୧୭ ଏପ୍ରିଲରୁ ୧୪ଅଗଷ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର ଏବଂ ରବିବାର ଦିନ ଟିଟିଲାଗଡରୁ ଯାତ୍ରା ପ୍ରାରମ୍ଭ କରି ହାଓଡ଼ା ଯାତ୍ରା କରିବ।

ସେହିପରି  ୧୨୮୭୧/୧୨୮୭୨ ହାଓଡ଼ା-ଟିଟିଲାଗଡ଼-କଣ୍ଟାବାଞ୍ଜି-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ନମ୍ବରକୁ ପାରିବର୍ତ୍ତିତ କରାଯାଇ ୨୨୮୬୧/୨୨୮୬୨ ହାଓଡ଼ା-ଟିଟିଲାଗଡ଼-କଣ୍ଟାବାଞ୍ଜି-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ଭାବରେ ନାମିତ କରାଯିବ। ୧୬ ଅଗଷ୍ଟ ଠାରୁ ହାଓଡ଼ାରୁ ପ୍ରତ୍ୟେକ ରବିବାର, ମଙ୍ଗଳବାର, ଗୁରୁବାର ଓ ଶୁକ୍ରବାର ଏବଂ ୧୭ ଅଗଷ୍ଟ ଠାରୁ କାଣ୍ଟାବାଞ୍ଜିରୁ ପ୍ରତ୍ୟେକ ସୋମବାର, ବୁଧବାର, ଶୁକ୍ରବାର ଏବଂ ଶନିବାର ଦିନ ୨୨୮୬୧/୨୨୮୬୨ ହାଓଡ଼ା-ଟିଟିଲାଗଡ଼-କଣ୍ଟାବାଞ୍ଜି-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ଚଳାଚଳ କରିବ।

୧୨୮୭୧/୧୨୮୭୨ ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ହାଓଡ଼ାରୁ ୧୫ ଅଗଷ୍ଟଠାରୁ ପ୍ରତିଦିନ ପରିବର୍ତ୍ତେ ପ୍ରତ୍ୟେକ ସୋମବାର, ବୁଧବାର ଏବଂ ଶନିବାର ଦିନ ଏବଂ ଟିଟିଲାଗଡ଼ରୁ ୧୬ ଅଗଷ୍ଟଠାରୁ ପ୍ରତିଦିନ ପରିବର୍ତ୍ତେ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର ଏବଂ ରବିବାର ଦିନ ହାଓଡ଼ା ଓ ଟିଟିଲାଗଡ଼ ମଧ୍ୟରେ ଚଳାଚଳ କରିବ।

Comments are closed.