ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଆରମ୍ଭ କରିବେ ଭାରତୀୟ ମହାକାଶ ସଂଘ

ଆସନ୍ତାକାଲି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ମହାକାଶ ସଂଘ ISPAର ଶୁଭାରମ୍ଭ କରିବେ। ଶ୍ରୀ ମୋଦୀ ଏହି ଅବସରରେ ମହାକାଶ କ୍ଷେତ୍ରରେ ବିଶିଷ୍ଟ ଶିଳ୍ପପତିମାନଙ୍କ ସହିତ ଆଲୋଚନା କରିବେ। ଭାରତୀୟ ମହାକାଶ ସଂଘ ଏକ ପ୍ରମୁଖ ଶିଳ୍ପ ସଂଘ ଭାବେ ମହାକାଶ ଓ ଉପଗ୍ରହ କମ୍ପାନୀଗୁଡ଼ିକର ପ୍ରତିନିଧିତ୍ବ କରିଥାଏ। ଏହା ମାଧ୍ୟମରେ ଭାରତୀୟ ମହାକାଶ ଶିଳ୍ପ ଏହାର ମତାମତ ଉପସ୍ଥାପନ କରିଥାଏ। ଆଗାମୀ ଦିନରେ ଏହା ଭାରତୀୟ ମହାକାଶ ଶିଳ୍ପ କ୍ଷେତ୍ରର ନୀତି ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଦୂରଦୃଷ୍ଟି ଅନୁସାରେ ଭାରତୀୟ ମହାକାଶ ସଂଘ ଭାରତକୁ ବୈଷୟିକ ଜ୍ଞାନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରିବ। ଏଥିରେ ମହାକାଶ ଓ ଉପଗ୍ରହ ବୈଷୟିକଜ୍ଞାନ କ୍ଷେତ୍ରର ଦେଶୀୟ ଓ ଆନ୍ତର୍ଜାତିକ କମ୍ପାନୀଗୁଡିକ ସଦସ୍ୟ ଅଛନ୍ତି।

Comments are closed.