ବ୍ରହ୍ମପୁର ମହାନଗର ନିଗମକୁ ମିଳିଲା ଆଇଏସଓ ସାର୍ଟିଫିକେଟ

ବ୍ରହ୍ମପୁର: ସହରରେ କାର୍ଯ୍ୟ କରୁଥିବା ୭ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ବ୍ରହ୍ମପୁର ମହାନଗର ନିଗମକୁ ଆଇଏସଓ (ଇଣ୍ଡିଆନ ଷ୍ଟାଣ୍ଡର୍ଡ ଅରଗାନାଇଜେସନ) ସାର୍ଟିଫିକେଟ ମିଳିଛି। ରାଜ୍ୟର ଏକମାତ୍ର ସ୍ୱାୟତଶାସନ ସଂସ୍ଥା ଭାବେ ବିଏମସି ଏହି ସାର୍ଟିଫିକେଟ ପାଇବାରେ ସଫଳ ହୋଇଛି।

ବ୍ରହ୍ମପୁରରେ ଥିବା ୭ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁଣବତ୍ତା ପରିଚାଳନା ବ୍ୟବସ୍ଥା ପାଇଁ ଆଇଏସଓ ୯୦୦୧-୨୦୧୫ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ଏହି ସାର୍ଟିଫିକେଟର ବୈଧ୍ୟତା ୨୦୨୨ ସେପ୍ଟେମ୍ବର ରହିବ ବୋଲି ସୂଚନା ମିଳିଛି। ୨୦୧୬ରୁ ବ୍ରହ୍ମପୁର ସହରର ଆମ୍ବପୁଅ, ଆଗାସାହି, ଖୋଡାସିଂ, ବୈକୁଣ୍ଠ ନଗର, ଆସ୍କା ରୋଡ଼, ଉତ୍ତରାମୁଖୀ ଓ ଗୁଡ଼ସେଡ ରୋଡ଼ ଠାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇ ବସ୍ତି ବାସିନ୍ଦାଙ୍କୁ ସକାଳେ ଓ ସନ୍ଧ୍ୟାରେ ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ବ୍ରହ୍ମପୁରକୁ ଏହି ସାର୍ଟିଫିକେଟ ମିଳିବା ନେଇ ନିଜେ ମୁଖ୍ୟମନ୍ତ୍ରୀ ଟ୍ବୁଟ୍ କରିଛନ୍ତି ।

Comments are closed.