ବ୍ରିଟେନରେ ଭାରତୀୟଙ୍କୁ ଆଇଏସଆଇ ର ଆକ୍ରମଣ

0

ବ୍ରିଟେନ : ପାକିସ୍ତାନର ଗୋଇନ୍ଦା ଆଇଏସଆଇ ସମର୍ଥିତ ଖାଲିସ୍ତାନମାନେ ବ୍ରିଟେନରେ ଥିବା ଭାରତୀୟଙ୍କ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି । ଶନିବାର ଦିନ ବ୍ରିଟେନ୍‌ରେ ଥିବା ଭାରତୀୟମାନେ ଭାରତୀୟ ଉଚ୍ଚାୟୁକ୍ତ ବାହାରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରଦର୍ଶନ କରୁଥିଲେ । ସେହି ସମୟରେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣକାରୀମାନେ ମୁଣ୍ଡରେ ସିଖମାନଙ୍କ ପଗଡି ପିନ୍ଧିଥିଲେ । ସେମାନେ ‘ନାରା-ଏ-ତକ୍‌ବୀର’ ଓ ‘ଅଲ୍ଲାହ-ଉ-ଅକବର’ ନାରା ଦେଉଥିଲେ ।

ସୂଚନା ଅନୁଯାୟୀ, ଉଚ୍ଚାୟୁକ୍ତ ସମ୍ମୁଖରେ କାଶ୍ମୀର ଓ ଖାଲିସ୍ତାନ ସମର୍ଥକ ଭାରତ ବିରୋଧୀ ନାରା ଦେଉଥିବା ବେଳେ ଅନ୍ୟ ଦଳ ମୋଦିଙ୍କ ସମର୍ଥନରେ ନାରା ଲଗାଉଥିଲେ । ଏହି ସମୟରେ ଉଭୟ ଦଳ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଥିଲା ପରେ ତାଙ୍କୁ ଛାଡି ଦିଆଯାଇଥିଲା। ସେହି ବ୍ୟକ୍ତି ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ନିଆଯାଇନାହିଁ । ଏହି ସଂଘର୍ଷରେ କେହି ମୃତାହତ ହୋଇଥିବା ଜଣାପଡି ନାହିଁ ବୋଲି ମେଟ୍ରୋପୋଲିଟନ ପୁଲିସ ସୂତ୍ରରୁ ସୂଚନା ମିଳିଛି ।

ଏଡି ଘଟଣାର ଭିଡିଓ ଓ ଫଟୋ ବହୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଦ୍ୱିତୀୟ ପକ୍ଷଲୋକ ଯୋଜନାବଦ୍ଧ ଭାବେ ଆକ୍ରମଣ କରିଛନ୍ତି ବୋଲି ଉଚ୍ଚାୟୁକ୍ତ ବାହାରେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରଦର୍ଶନ କରୁଥିବା ଭାରତୀୟ ଲୋକମାନେ କହିଛନ୍ତି ।

Leave A Reply