ପୂରା ଦମ୍‌ରେ ବୋଲିଂ କରୁଛନ୍ତି ଈଶାନ୍ତ

ବେଙ୍ଗାଲୁରୁ : ଭାରତୀୟ କ୍ରିକେଟ୍‌ ଦଳ ପାଇଁ ଏହା ଏକ ଖୁସିର ଖବର ଯେ ଦଳର ସବୁଠାରୁ ଅଭିଜ୍ଞ ପେସ୍ ବୋଲର ଈଶାନ୍ତ ଶର୍ମା ସମ୍ପୂର୍ଣ୍ଣ ସୁସ୍ଥ ହେବା ଆଡ଼କୁ ଅଗ୍ରସର ହେଉଛନ୍ତି। ବାଙ୍ଗାଲୋରସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ରେ ଈଶାନ୍ତ ଏବେ ଅଭ୍ୟାସ କରୁଛନ୍ତି। ତେବେ ବୁଧବାର ଈଶାନ୍ତଙ୍କୁ ପୂରା ରନ୍‌ଅପ୍‌ରେ ବୋଲିଂ କରିବା ଦେଖିବାକୁ ମିଳିଥିଲା। ଈଶାନ୍ତ ବୋଲିଂ କରିଥିବାବେଳେ ଏନ୍‌ସିଏ ଅଧ୍ୟକ୍ଷ ରାହୁଲ ଦ୍ରାବିଡ଼, ଜାତୀୟ ମନୋନୟନ କମିଟି ଅଧ୍ୟକ୍ଷ ସୁନୀଲ ଜୋଶୀ, ବୋଲିଂ ପ୍ରଶିକ୍ଷକ ପାରସ ମାହ୍‌​‌େ​‌ମ୍ବ୍ର, ସହକାରୀ ପ୍ରଶିକ୍ଷକ ମନ୍‌ସୁର ଖାଁ ଓ ଫିଜିଓ ଆଶିଷ କୌଶିକ ତାଙ୍କ ଉପରେ ନଜର ରଖିଥିଲେ। ଟେଷ୍ଟମ୍ୟାଚ୍‌ ଖେଳିବା ପୂର୍ବରୁ ଈଶାନ୍ତଙ୍କୁ ଦୁହିଁଙ୍କୁ ଅଷ୍ଟ୍ରେଲିଆ ‘ଏ’ ବିପକ୍ଷରେ ଉଭୟ ଅଭ୍ୟାସ ମ୍ୟାଚ୍‌ ଖେଳି ଫିଟ୍‌ନେସ୍ ପ୍ରମାଣ ଦେବାର ଆବଶ୍ୟକତା ରହିଛି।

Comments are closed.