ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା : ଟେଷ୍ଟ ଖେଳିବେନି ଇଶାନ୍ତ ଶର୍ମା

ନୂଆଦିଲ୍ଲୀ : ଖୁବଶୀଘ୍ର ଭାରତୀୟ କ୍ରିକେଟ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ। ତେବେ ଜାନୁଆରୀ ୨୪ରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜ ଆରମ୍ଭ ହେବ। ପ୍ରଥମେ ୫ଟିକିଆ ଟ୍ବେଣ୍ଟି-୨୦ ସରିଜ, ପରେ ତିନିଟିକିଆ ଦିନିକିଆ ସିରିଜ ଏବଂ ଦୁଇଟିକିଆ ଟେଷ୍ଟ ସିରିଜ ଖେଳାଯିବ। ଏହା ପୂର୍ବରୁ ଭାରତୀୟ ଟିମକୁ ଏକ ବଡ଼ ଝଟକା ଲାଗିଛି। ଭାରତର ସବୁଠାରୁ ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କ ପାଦ ଗଣ୍ଠିରେ ଆଘାତ ଲାଗିଛି। ଯେଉଁଥିପାଇଁ ଆହତ ହୋଇ ସେ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି।
ଇଶାନ୍ତ ଶର୍ମା ରଞ୍ଜି ମ୍ୟାଚ ଖେଳୁଥିବା ସମୟରେ ଆହତ ହୋଇଥିବା ଜଣାପଡିଛି। ଇଶାନ୍ତ ଦିଲ୍ଲୀ ପକ୍ଷରୁ ରଞ୍ଜି ମ୍ୟାଚ ଖେଳୁଥିଲେ।
ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁଥିବା ୫ଟିକିଆ ଟ୍ବେଣ୍ଟି-୨୦ ସରିଜ ଜାନୁଆରୀ ୧୪ରୁ ଫେବୃଆରୀ ୨ପର୍ୟ୍ୟନ୍ତ ଖେଳାଯିବ। ସେହିଭଳି ତିନିଟିକିଆ ଦିନିକିଆ ସିରିଜ ୫ରୁ ୧୧ପର୍ୟ୍ୟନ୍ତ ଏବଂ ଦୁଇଟିକିଆ ଟେଷ୍ଟ ସିରିଜ ୨୧ ଓ ୨୯ରେ ଖେଳାଯିବ।

Comments are closed.