ଈଶାନ୍ତ ଶର୍ମା ଅଷ୍ଟ୍ରେଲିଆ ଯିବେ !

ନୂଆଦିଲ୍ଲୀ : ଆଡିଲେଡ୍‌ ଟେଷ୍ଟରେ ଭାରତୀୟ ପେସ୍ ବୋଲର ମହମ୍ମଦ ସାମିଙ୍କ ହାତରେ ବଲ୍‌ ବାଜିବାରୁ ତାଙ୍କ ହାତ ଭାଙ୍ଗିଯାଇଛି। ଫଳରେ ଅଷ୍ଟ୍ରେଲିଆ ବିପକ୍ଷ ବାକି ୩ଟିଯାକ ଟେଷ୍ଟମ୍ୟାଚ୍‌ରୁ ସାମି ବାଦ୍ ପଡ଼ିଛନ୍ତି। ଟେଷ୍ଟ ଦଳରେ ସାମିଙ୍କ ବଦଳ ଖେଳାଳିଙ୍କ ନାମ ବିସିସିଆଇ ଘୋଷଣା କରିନାହିଁ। ତେବେ ବହୁ କ୍ରିକେଟ୍‌ ବିଶେଷଜ୍ଞ ଈଶାନ୍ତ ଶର୍ମାଙ୍କୁ ତୁରନ୍ତ ଅଷ୍ଟ୍ରେଲିଆ ପଠାଇବା ଲାଗି ଦାବି କରିଛନ୍ତି। ଆଇପିଏଲ୍‌ ଖେଳିବା ବେଳେ ଈଶାନ୍ତ ଆହତ ହୋଇଥିଲେ।​‌ ସେ ବାଙ୍ଗାଲୋରର ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ରେ କିଛିଦିନ ଅଭ୍ୟାସ କରିବା ପରେ ତାଙ୍କୁ ଫିଟ୍‌ ଘୋଷଣା କରା ଯାଇଥିଲା। ତେବେ କିଛିଦିନ ବିଶ୍ରାମନେବା ଈଶାନ୍ତଙ୍କ ପାଇଁ ଭଲ ବୋଲି କହି ମନୋନୟନକାରୀ ଈଶାନ୍ତଙ୍କୁ ଅଷ୍ଟ୍ରେଲିଆ ପଠାଇ ନଥିଲେ। ହେଲେ ସାମି ​‌େ​‌ଟଷ୍ଟ ସିରିଜ୍‌ରୁ ବାଦ୍‌ପଡ଼ିବା ପରେ ଈଶାନ୍ତଙ୍କୁ ଅଷ୍ଟ୍ରେଲିଆ ପଠାଇବା ଲାଗି ଦାବି ହୋଇଛି। ଈଶାନ୍ତ ଏବେ ଅଷ୍ଟ୍ରେଲିଆ ଗଲେ ସଂଗରୋଧରେ ରହିବା ପରେ ଶେଷ ୨ଟି ଟେଷ୍ଟମ୍ୟାଚ୍‌ ଖେଳିପାରିବେ। ମହମ୍ମଦ ସାମିଙ୍କ ବଦଳ ଖେଳାଳି କଦାପି ମହମ୍ମଦ ସିରାଜ୍ ନୁହନ୍ତି ବୋଲି କ୍ରିକେଟ୍‌ ବିଶେଷଜ୍ଞ ଦାବି କରିଛନ୍ତି।

Comments are closed.