୨୪ବର୍ଷ ବଡ଼ ତବୁଙ୍କ ପ୍ରେମରେ ପଡ଼ିଲେ ଇଶାନ : ସାମ୍ନାକୁ ଆସିଲା “ଏ ସୁଇଟେବଲ ବୟ”ର ପ୍ରଥମ ପୋଷ୍ଟର

ମୁମ୍ବଇ : ବଲିଉଡ ଅଭିନେତା ଇଶାନ ଖତରଙ୍କ ୱେବ ସିରିଜ ଏ ସୁଇଟେବଲ ବୟର ପ୍ରଥମ ପୋଷ୍ଟର ସୋମବାର ସାମ୍ନାକୁ ଆସିଛି। ଏଥିରେ ଇଶାନ ତାଙ୍କ ଠାରୁ ୨୪ବର୍ଷ ବଡ଼ ତବୁଙ୍କ ସହ ନଜର ଆସିଛନ୍ତି। ଏହାକୁ ଇଶାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟାରେ ସେୟାର କରିଛନ୍ତି।
ଏହି ୱେବ ସିରିଜରେ ତବୁ ବାରାଙ୍ଗନା ଚରିତ୍ରରେ ନଜର ଆସିବାକୁ ଥିବାବେଳେ ଇଶାନ ଏକ କଲେଜ ଛାତ୍ର ଚରିତ୍ରରେ ଦେଖାଦେବେ। ରିଲିଜ ହୋଇଥିବା ଏହି ‌ପୋଷ୍ଟରରେ ଉଭୟ ତବୁ ଏବଂ ଇଶାନ ପରସ୍ପରକୁ ପ୍ରେମ ଭରା ଦୃଷ୍ଟିରେ ଚାହିଁଥିବା ଦେଖିବାକୁ ମିଳିଛି।

 

Comments are closed.