ଆଫଗାନୀସ୍ଥାନ ଆଇଏସ୍‌ଆଇଏସ୍‌ ମୁଖ୍ୟ  ବିମାନ ଆକ୍ରମଣରେ ମୃତ

0

କାବୁଲ.- ଇସ୍‌ଲାମିକ୍‌ ଷ୍ଟେଟ୍‌ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇଏସ୍‌ର ଆଫଗାନୀସ୍ଥାନ ମୁଖ୍ୟ ବିମାନ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ଆବୁ ସାଦ୍‌ ଏର୍‌ହାବୀ ଆଫଗାନୀସ୍ଥାନର ନଙ୍ଗାହାର୍‌ ପ୍ରଦେଶରେ କରାଯାଇଥିବା ବିମାନ ଆକ୍ରମଣରେ ମୃତ୍ୟୁ ବରଣ କରଛି ।

ଆଫଗାନୀସ୍ଥାନ ସେନା ସହ ଆମେରିକା ଓ ଏହାରର ସହଯୋଗୀ ରାଷ୍ଟ୍ରର ସେନା ପକ୍ଷରୁ ମିଳିତ ଭାବେ ଏହି ଆକ୍ରମଣ କରାଯାଇଥିବା ସେଠାକାର ସରକାରୀ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ନଙ୍ଗାହାରରେ ଥିବା ଆତଙ୍କବାଦୀ ଆଡ୍ଡା ଗୁଡିକ ଉପରେ ଆକ୍ରମଣ କରାଯାଇଥିଲା ।  ଶନିବାରରେ ବିଳମ୍ବିତ ରାତିରେ ଏହି ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣ ଯୋଗୁଁ ଆଇଏସ୍‌ଆଇଏସ୍‌ର ବହୁ ଅସ୍ତ୍ର ଶସ୍ତ୍ର ନଷ୍ଟ ହୋଇଥିବା କାବୁଲ୍‌ରେ ଥିବା ଜାତୀୟ ସେନା ନିର୍ଦେଶାଳୟ ପକ୍ଷରୁ ଏକ ବିବୃତିରେ  ଜାରି କରାଯାଇଛି ।

ହେଲେ ଆତଙ୍କବାଦୀ ସଙ୍ଗଠନର ଖବର ସରୋବରାହ ସଂସ୍ଥା ଆମାକ୍ୟୁ ପକ୍ଷରୁ ଏ ବିଷୟରେ ସ୍ପଷ୍ଟ କରାଯାଇ ନାହିଁ । ଆଫଗାନୀସ୍ଥାନରେ ଏବେ ୨୦୦୦ରୁ ଅଧିକ ଆତଙ୍କବାଦୀ ଲୁଚି ରହିଥିବା ନାଟୋ ପକ୍ଷରୁ କୁହାଯାଇଛି ।

Leave A Reply