ବିବାଦ ଘେରରେ ନେତା ଅଭିନେତା ସାକ୍ଷାତକାର

ନୂଆଦିଲ୍ଲୀ: ବୁଧବାରଠାରୁ ପ୍ରାୟ ସମସ୍ତ ଚ୍ୟାନେଲରେ ପ୍ରସାରିତ ହେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ସାକ୍ଷାତକାରକୁ ଅନୌପଚାରିକ ଅର୍ଥାତ ଅଣ-ରାଜନୈତିକ କୁହାଯାଉଥିବା ବେଳେ ଏହା କାହିଁକି ପେଡ ନ୍ୟୁଜ ହେବ ନାହିଁ ସେ ନେଇ ପ୍ରଶ୍ନ ଉଠିଛି। ଶୁଟିଂ ପାଇଁ କ୍ୟାମେରା କାହାର ଥିଲା? ବୈଷୟିକ ସହାୟତା କିଏ ଯୋଗାଇଥିଲେ? କାର୍ଯ୍ୟକ୍ରମ ଶେଷରେ କୌଣସି ପ୍ରସ୍ତୁତକାରୀ କମ୍ପାନୀର କ୍ରେଡିଟ କାହିଁକି ନ ଥିଲା? ଏମିତ ଅନେକ ପ୍ରଶ୍ନ ସହ ଏହି ସାକ୍ଷାତକାର ପ୍ରସାରଣ କରିନଥିବା କିଛି ଚ୍ୟାନେଲ କାହିଁକି ଏହାକୁ ପେଡ ନ୍ୟୁଜ ଅନ୍ତର୍ଭୁକ୍ତ କରାନଯିବ, ସେ ନେଇ ଅଭିଯୋଗ କରିଛନ୍ତି।

କ୍ୱିଣ୍ଟ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ସହ ଅକ୍ଷୟ କୁମାରଙ୍କ ସାକ୍ଷାତକାରର ବ୍ୟବସ୍ତା ଜୀ ନ୍ୟୁଜ ସମ୍ପାଦକୀୟ ଟିମ କରିଥିଲେ ଏବଂ ଜୀ ଟିମ ଶୁଟିଂ ଓ ଏଡିଟିଂ ମଧ୍ୟ କରିଥିଲା। କିନ୍ତୁ ପରେ ପ୍ରସ୍ତୁତ ସାକ୍ଷାତକାର କାର୍ଯ୍ୟକ୍ରମକୁ ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଜାରି କରିଥିଲା ଯାହା ପରେ ସମସ୍ତ ଚ୍ୟାନେଲ ପ୍ରସାରଣ କରିଥିଲେ। ତେବେ କୌଣସି ଚ୍ୟାନେଲକୁ ଏହି ସାକ୍ଷାତକାର କାର୍ଯ୍ୟକ୍ରମର ପ୍ରକୃତ ସତ୍ଵାଧିକାରୀ କିଏ ସେ ନେଇ ଅବଗତ କରା ଯାଇନଥିଲା।

Comments are closed.