ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ, ମହିଳାଙ୍କ ଧାରଣା

ବୌଦ୍ଧ : ବୌଦ୍ଧ ବ୍ଲକ୍ ମୁଣ୍ଡାପଡା ପଞ୍ଚାୟତ ବାରପୁଡୁଗ ଅଙ୍ଗନୱାଡି ୱାର୍କର ନିଯୁକ୍ତି ପ୍ରକ୍ରିୟାରେ ପ୍ରଶାସନିକ ଅବ୍ୟବସ୍ଥାକୁ ବିରୋଧ କରି ଜ୍ୟୋତ୍ସ୍ନାମୟୀ କଲତା ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି। ଅଭିଯୋଗ ଅନୁସାରେ, ୨୦୧୫ ମସିହାରେ ପ୍ରକାଶିତ ବିଜ୍ଞପ୍ତି ମୁତାବକ ଜ୍ୟୋତ୍ସ୍ନା ଅଙ୍ଗନୱାଡି ୱାର୍କର ଭାବରେ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ହେଲେ କେତେକ ଅସଙ୍ଗତି ଦର୍ଶାଇ ତାଙ୍କ ନିଯୁକ୍ତିକୁ ବିଳମ୍ବିତ କରାଯାଇଥିଲା। ଏହାର ବିରୋଧରେ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଆବଶ୍ୟକତା ପୂର୍ବକ ନିଯୁକ୍ତି ନିଶ୍ଚିତ କରିବାକୁ କହିଥିଲେ। ହେଲେ ଇତି ମଧ୍ୟରେ ୬ ମାସ ବିତି ଯାଇଥିଲେ ମଧ୍ୟ ଜିଲ୍ଳା ପ୍ରଶାସନ ଶୁଣାଣି ଆଳରେ ଦିନ ପରେ ଦିନ ଗଡାଇ ଚାଲିଥିବା ସେ ଅଭିଯୋଗ କରିଛନ୍ତି। ମଙ୍ଗଳବାର ଦିନ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଆଜି ପୁଣି ଥରେ ଶୁଣାଣି ବାତିଲ କରାଯିବାରୁ ଏହାର ପ୍ରତିବାଦରେ ସେ ଧାରଣା ଦେଇଥିଲେ।

Comments are closed.