ଗନ୍ଧରାବନ୍ଧ ପଞ୍ଚାୟତରେ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ

ବଙ୍ଗୋମୁଣ୍ଡା : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଗନ୍ଧରାବନ୍ଧ ପଞ୍ଚାୟତରେ ମଧ୍ୟ ଏହି ଦୁର୍ନୀତି ନେଇ ଅଭିଯୋଗ ହେଲେ ବି କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏହି ପଞ୍ଚାୟତରେ ପୁରୁଣା ଛାତ ଘର ଥିବା ଲୋକଙ୍କୁ ଘର ଦିଆଯାଉଥିବା ବେଳେ ଗରିବ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହେଉଛନ୍ତି। ପୂର୍ବରୁ ସ୍ତ୍ରୀଙ୍କ ନାମରେ ଘର ପାଇଥିବା ବେଳେ ଚଞ୍ଚକତା କରି ସ୍ୱାମୀ ନାମରେ ଘର ଦିଆଯାଉଥିବା ମଧ୍ୟ ଅଭିଯୋଗ ହେଉଛି। ଏପରିକି ଘର ତିଆରି ନକରି ଅନ୍ୟ ଲୋକର ଘରକୁ ଦେଖାଇ ବିଲ ଉଠାଯାଉଥିବା ଅଭିଯୋଗର ତଦନ୍ତ ହେବା ଜରୁରୀ। ଏ ସଂପର୍କରେ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ତାମଣି ରଣାଙ୍କୁ ପଚାରିବାରୁ ସେଭଳି ହୋଇନାହିଁ, ତଦନ୍ତ କଲା ପରେ କହିପାରିବି ବୋଲି ପ୍ରକାଶ କରିଥିଲେ।

Comments are closed.