ମଲା ମୂଷା  ଘର ନିକଟରେ ଫିଙ୍ଗିବାରୁ ଜଣଙ୍କୁ ପିଟି ପିଟି ହତ୍ୟା

0

ନୂଆଦିଲ୍ଲୀ . –ଘର ନିକଟରେ ମଲା ମୂଷା ଫିଙ୍ଗିବାରୁ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଛି ।  ଦିଲ୍ଲୀର କିରାରି ଅଞ୍ଚଳରେ ଏହି ଘଟଣା ଘଟିଛି । କିଛି ଦିନ ତଳେ ଏହି ବ୍ୟକ୍ତି ଜଣଙ୍କ ତାଙ୍କ ପଡୋଶୀଙ୍କ ଘର ନିକଟରେ ଏକ ମଲା ମୂଷା ଫିଙ୍ଗି ଦେଇଥିଲେ । ଏହାକୁ ନେଇ ପଡୋଶୀ ଓ ବ୍ୟକ୍ତି ଜଣଙ୍କ ମଧ୍ୟରେ  ଝଗଡା  ହୋଇଥିଲା ।

ଏହାପରେ ଅଭିଯୁକ୍ତ ଜଣଙ୍କୁ ଏକ ଲୁହା ଛଡରେ  ବ୍ୟକ୍ତି ଜଣଙ୍କର ମୁଣ୍ଡକୁ ପିଟି ଦେଇଥିଲେ । ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି । ମାତ୍ର ଅଭିଯୁକ୍ତ ଏହି ଘଟଣା ପରେ ଫେରାର ହୋଇଯାଇଛି ।

Leave A Reply