ଇରଫାନଙ୍କ ଶେଷ କଥା : “ଆମ୍ମା ମୋତେ ନେବାକୁ ଆସିଛନ୍ତି”

ମୁମ୍ବଇ : ପ୍ରଖ୍ୟାତ ବଲିଉଡ୍‌ ଅଭିନେତା ଇରଫାନ ଖାନଙ୍କର ବୁଧବାର ଦେହାନ୍ତ ହୋଇଯାଇଛି। ମୁମ୍ବଇର କୋକିଳାବେନ୍‌ ଧିରୁଭାଇ ଆମ୍ବାନୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଇରଫାନଙ୍କ ବିୟୋଗରେ କେବଳ ବଲିଉଡ ନୁହେଁ, ସାରା ବିଶ୍ୱରେ ଶୋକର ଛାୟା ଖେଳିଯାଇଛି। ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ୟ୍ୟନ୍ତ ଏହି ଖବର ସାମ୍ନାକୁ ଆସିବା ପରେ ସମସ୍ତେ ଦୁଃଖିତ ହୋଇପଡ଼ିଛନ୍ତି।
ଏହି ସମୟରେ ବଲିଉଡ ତଥା ଫ୍ୟାଶନ ଫଟୋଗ୍ରାଫର ଭାଇରାଲଭାୟାନୀ ଇରଫାନଙ୍କ ଏକ ଚିତ୍ର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହା ସହିତ ସେ ଲେଖିଛନ୍ତି ଯେ, ମହାନ୍ ଅଭିନେତା ଇରଫାନ୍ ତାଙ୍କର ଶେଷ ନିଶ୍ୱାସ ପୂର୍ବରୁ ଶେଷ ଶବ୍ଦ କ’ଣ ଥିଲା?
ଭାଇରାଲ୍ ଭାୟାନୀଙ୍କ ପୋଷ୍ଟ ଅନୁଯାୟୀ, ଇରଫାନଙ୍କ ଶେଷ ଶବ୍ଦ ଥିଲା – ’ଆମ୍ମା ମୋତେ ନେବାକୁ ଆସିଛନ୍ତି।’ ଏହି ପୋଷ୍ଟରେ ଅନେକ ଲୋକଙ୍କ ପ୍ରତିକ୍ରିୟା ଆସୁଛି। ମୃତ୍ୟୁ ପରେ ମଧ୍ୟ ଇରଫାନ ସବୁବେଳେ ଆମ ହୃଦୟରେ ରହିବେ ବୋଲି ପ୍ରଶଂସକମାନେ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ, ବଲିଉଡ ଅଭିନେତା ଇରଫାନ ଖାନଙ୍କ ମାଆ ସାଇଡା ବେଗମଙ୍କ ଗତ ୨୫ତାରିଖରେ ଦେହାନ୍ତ ହୋଇଥିଲା। ରାଜସ୍ଥାନର ଜୟପୁରରେ ଥିବା ତାଙ୍କ ବାସଭବନରେ ଇରଫାନଙ୍କ ୮୨ ବର୍ଷ ବୟସ୍କା ମାଆ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

View this post on Instagram

?? #rip #irfankhan

A post shared by Viral Bhayani (@viralbhayani) on

Comments are closed.