ପରଦାରେ ଏକାଠି ଅଭିନୟ କରିବେ ଇରଫାନ-କରୀନା

ମୁମ୍ବଇଁ : ଗତ କିଛି ମାସ ହେବ ବିଦେଶରେ ଚିକିତ୍ସିତ ହୋଇ ଇରଫାନ ଖାନ ବିଦେଶ ଫେରିବା ପରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ଇଂରାଜୀ ମିଡିୟମର ଶୁଟିଂ ଆରମ୍ଭ କରିଛନ୍ତି। ଏଥିରେ ତାଙ୍କ ପତ୍ନୀ ଚରିତ୍ରରେ କରୀନା କପୁର ଖାନ ଅଭିନୟ କରୁଥିବା ଜଣାପଡିଛି। ନିକଟରେ ଇରଫାନ ଏହି ଚଳଚ୍ଚିତ୍ରର ପ୍ରଥମ ଲୁକ୍‍ ଶେୟାର କରି ଲେଖିଛନ୍ତି, ପୁଣିଥରେ ଆପଣଙ୍କ ମନୋରଞ୍ଜନ କରିବାକୁ ର୍ମୁ ଆସୁଛି। ଇଂରେଜୀ ମିଡିୟମ ଚଳଚ୍ଚିତ୍ର ୨୦୧୭ରେ ମୁକ୍ତିଲାଭ କରିଥିବା ହିନ୍ଦୀ ମିଡିୟମ ଚଳଚ୍ଚିତ୍ରର ସିକ୍ୱେଲ।
ଉଲ୍ଲେଖ ଯୋଗ୍ୟ, ଗତ କିଛି ମାସ ହେଲା, ସେ ବିଦେଶରେ ଚିକିତ୍ସିତ ହେଉଥିଲେ। କର୍କଟରେ ଆକ୍ରାନ୍ତ ଇରଫାନ୍ ନିଜେ ଏହି ବାର୍ତ୍ତା ପ୍ରଶଂସକଙ୍କୁ ସୋସିଆଲ ସାଇଟ୍ ଜରିଆରେ ଦେଇଥିଲେ। ବିଦେଶରେ ସେ ଥିବା ସମୟରେ ତାଙ୍କ ଅଭିନୀତ କେତୋଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ସେସବୁ ବକ୍ସଅଫିସ୍ରେ ଉତ୍ତମ ବ୍ୟବସାୟ ମଧ୍ୟ କରିଥିଲା। ଇରଫାନ୍ଙ୍କ ଜଣେ ଘନିଷ୍ଠ ବନ୍ଧୁ କହିଥିଲେ, ସେ ଶୀଘ୍ର ଆରୋଗ୍ୟ ହେବାର ଆଶା ଦେଖାଯାଉନି। ପ୍ରଶଂସକ ମହଲରେ ଖବରଟି ପ୍ରଚାରିତ ହେବା ପରେ ନିରାଶାର ଛାୟା ଖେଳିଯାଇଥିଲା। ମଙ୍ଗଳବାର ଇରଫାନ୍ ମୁମ୍ବଇ ବିମାନବନ୍ଦରରୁ ଫେରୁଥିବା ସମୟରେ ଫଟୋଗ୍ରାଫରଙ୍କ ଦୃଷ୍ଟିକୁ ଆସିଲେ। କିଛି ସମୟ ସେଠାରେ ଉପସ୍ଥିତ ରହି ଗଣମାଧ୍ୟମ ସହ ବାର୍ତ୍ତାଳାପ କରି ଇରଫାନ୍ କହିଥିଲେ, ଆପଣମାନଙ୍କ ଶୁଭକାମନାରେ ମୁଁ ଫେରିଆସିଛି। ବହୁତ ଧନ୍ୟବାଦ ଜଣାଇ ଇରଫାନ୍ ପତ୍ନୀଙ୍କ ସହିତ କାରରେ ବସି ଘରକୁ ଯାଇଥିଲେ।

Comments are closed.