୧୫,୧୬୭କୋଟି ବୀମା ଟଙ୍କାର ଦାବିଦାର ନାହାନ୍ତି

0

ନୂଆଦିଲ୍ଲୀ: ବିଭିନ୍ନ ପଲିସିଧାରୀଙ୍କ ନାମରେ ୧୫, ୧୬୭ କୋଟି ଟଙ୍କା ପଡ଼ି ରହିଥିଲେ ମଧ୍ୟ ତାହାର କେହି ଦାବିଦାର ନାହାନ୍ତି। ସେଥିମଧ୍ୟରୁ ୨୩ଟି ଜୀବନ ବୀମା ଦାବି ବାବଦ ଅର୍ଥ ରହିଛି। ଭାରତୀୟ ବୀମା ବିକାଶ ଓ ନିୟନ୍ତ୍ରଣ ପ୍ରାଧିକରଣ(ଆଇଆରଡିଏଆଇ)ଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଏହି ତଥ୍ୟ ମିଳିଛି। ବୀମାଭୁକ୍ତ ଉପଭୋକ୍ତା କିମ୍ବା ସେମାନଙ୍କ ଉତ୍ତରାଧିକାରୀଙ୍କୁ ଠାବ କରି ଉକ୍ତ ରାଶି ସେମାନଙ୍କୁ ହସ୍ତାନ୍ତର କରିବା ଲାଗି ଆଇଆରଡିଏଆଇ ସମସ୍ତ ବୀମା କମ୍ପାନୀଙ୍କୁ ନିର୍ଦେଶ ଦେଇଛନ୍ତି।
ବୀମାଧାରୀମାନେ ଯେଭଳି ସେମାନଙ୍କ ଦାବି ରାଶି ଠିକ୍‍ ସମୟରେ ପାଇପାରିବେ ତାହା ନିଶ୍ଚିତ କରିବା ଦାୟିତ୍ୱ ବୀମାଧାରୀ ସୁରକ୍ଷା କମିଟିର ପରିଚାଳନା ମଣ୍ଡଳି ଉପରେ ନ୍ୟସ୍ତ ଅଛି। କିନ୍ତୁ କମିଟିର ଉଦାସୀନତା ଯୋଗୁଁ ବୀମାଧାରୀମାନେ ସେମାନଙ୍କ ଦାବି ଅର୍ଥ ପାଇପାରୁ ନ ଥିବା ଅଭିଯୋଗ ହୋଇଛି।
ମୋଟ ୧୫,୧୬୬.୪୭ କୋଟି ଟଙ୍କା ମଧ୍ୟରୁ ଏଲଆଇସି ପାଖରେ ୧୦,୫୦୯ କୋଟି ଟଙ୍କା ଥିôବା ବେଳେ ୨୨ଟି ଘରୋଇ ବୀମା କମ୍ପାନୀ ପାଖରେ ୪,୬୫୭.୪୫ କୋଟି ଟଙ୍କା ବାକି ପଡ଼ିଛି। ସମ୍ପୃକ୍ତ ବୀମା କମ୍ପାନୀର ୱେବ୍‍ସାଇଟ୍‍କୁ ଯାଇ ସବିଶେଷ ତଥ୍ୟ ଦେବା ପରେ କାହାର କେତେ ଟଙ୍କା ପାଇବାକୁ ଅଛି ସେ ସମ୍ପର୍କରେ ସୂଚନା ମିଳିବ ବୋଲି କୁହାଯାଇଛି।

Leave A Reply