ଆଇଆରସିଟିସି ଦୁର୍ନୀତି: ଲାଲୁ ପରିବାରକୁ ଜାମିନ

0

ନୂଆଦିଲ୍ଲୀ : ଆଇଆରସିଟିସି ଦୁର୍ନୀତି ସମ୍ବନ୍ଧୀୟ ବେଆଇନ ଅର୍ଥ କାରବାର ମାମଲାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ଆଶ୍ବସ୍ତି ମିଳିଛି। ଦିଲ୍ଲୀର ପଟିଆଲା ହାଉସ କୋର୍ଟ ସୋମବାର ଲାଲୁଙ୍କ ସମେତ ତାଙ୍କ ପତ୍ନୀ ରାବ୍ରୀ ଦେବୀ ଓ ପୁତ୍ର ତେଜସ୍ବୀ ଯାଦବ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ସ୍ବତନ୍ତ୍ର ବିଚାରପତି ଅରୁଣ ଭରଦ୍ବାଜ ପ୍ରତ୍ୟେକଙ୍କୁ ଏକ ଲକ୍ଷ ଟଙ୍କା ଜୋରିମାନା ଓ ସମାନ ପରିମାଣର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ମଞ୍ଜୁର କରିଛନ୍ତି। ବିନା ଅନୁମତିରେ ଦେଶ ବାହାରକୁ ନ ଯିବାକୁ ସେମାନଙ୍କୁ ବିଚାରପତି ନିର୍ଦେଶ ଦେଇଛନ୍ତି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ କାରାଦଣ୍ଡାଦେଶ ପାଇଥିବାରୁ ଲାଲୁଙ୍କୁ ଜେଲରେ ରହିବାକୁ ପଡିବ। ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୧ରେ ହେବ।

Leave A Reply