ଆଇ.ଆର.ବି ଯବାନଙ୍କ ଅକାଳ ବିୟୋଗ

ପାଟଣା : କେନ୍ଦୁଝର ଜିଲା ଘଟଗାଁ ବ୍ଲକ ସରାଶପଶି ପଞ୍ଚାୟତ ବୃନ୍ଦାବନପୁର ଗ୍ରାମର କୀର୍ତନ ନାୟକଙ୍କ ପୁଅ ତଥା ଜିଲ୍ଲା ବାହାରେ ଆଇ.ଆର.ବି ଯବାନ ଭାବେ କାର୍ଯ୍ୟରତ ଅକ୍ଷୟ କୁମାର ନାୟକ(୩୪)ଙ୍କର ଗତକାଲି ଅକାଳ ବିୟୋଗ ଘଟିଛି । ସେ ଛୁଟିରେ ଘରକୁ ଆସିଥିବା ବେଳେ ବାପାଙ୍କୁ ବାଇକ ଯୋଗେ ମେଡିକାଲରେ ଦେଖାଇବାକୁ ଯାଉଥିବା ସମୟରେ ମୁଣ୍ଡ ବୁଲାଇ ଦେବାରୁ ତଳେ ପଡିଯାଇଥିଲେ । ତାଙ୍କୁ କେନ୍ଦୁଝର ଓ ପରେ କଟକ ମେଡିକାଲ ନିଆଯାଇଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇଯାଇଛି । ଅକ୍ଷୟ ବର୍ଷକ ତଳେ ବିବାହ କରିଥିଲେ ଓ ତାଙ୍କ ପତ୍ନି ଏବେ ୪ ମାସର ଗର୍ଭବତୀ ଥିବା ଜଣାପଡିଛି । ଆଜି ବୃନ୍ଦାବନପୁର ଗ୍ରାମର ଶୋକାକୁଳ ପରିବେଶରେ ଅକ୍ଷୟଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଉଚ୍ଚ ରକ୍ତଚାପ ଯୋଗୁଁ ଏଭଳି ଘଟଣା ଘଟିଥିବା କୁହାଯାଉଛି ।

Comments are closed.