ଇରାକ୍‌ରେ ଆବଶ୍ୟକତା ଥିବା ପର୍ଯ୍ୟନ୍ତ  ରହିବେ ଆମେରିକାର ସେନା; ଆମେରିକାର ସେନା ଅଧିକାରୀ

0

ନ୍ୟୁୟର୍କ.-  ଇରାକରେ ଏବେ ଆମେରିକାର ସେନା ମୁତୟନ ହୋଇଛନ୍ତି ।  ଆଇଏସ୍‌ଆଇଏସ୍‌କୁ ଇରାକରୁ ସମ୍ପୂର୍ଣ୍ଣ ଭାବେ ମୂଳପୋଛ କରିବା ପାଇଁ ଇରାକ୍‌ସେନାକୁ ଆମେରିକା ସେନା ସହାୟତା ଯୋଗାଇ ଦେଇଥିଲା । ଏବେ ଇରାକ୍‌  ସମ୍ପୂର୍ଣ୍ଣ ଭାବେ ଆଇଏସ୍ଆଇଏସ୍‌ କବଳରୁ ମୁକ୍ତ ହୋଇଛି । ଏବେ  ଇରାକ୍‌ର ପୁନଃନିର୍ମାଣ କାର୍ଯ୍ୟ ଚାଲିଥିବାରୁ ସେଠାରେ  ଆମେରିକାର ସେନା ରହିବା ନିହାତି ଦରକାର ବୋଲି ଆମେରିକାର ସେନାର କର୍ଣ୍ଣେଲ ସିଆନ୍‌ ରିଆନ୍‌ କହିଛନ୍ତି । କର୍ଣ୍ଣେଲ୍‌ ସିଆନ୍‌ ଏବେ ସଂଯୁକ୍ତ ସେନାର ମୁଖପାତ୍ର ଅଛନ୍ତି ।

ଆମେରିକା ସେନା ଇରାକରୁ ଆଇଏସ୍‌ ଆଇଏସ୍‌କୁ ସମ୍ପୂର୍ଣ୍ଣ ଭାବରେ ପରାସ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଇରାକ୍‌ ସୁରକ୍ଷା ବଳକୁ ତାଲିମ ଦେବା ସହ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର  ବ୍ୟବହାର କରିବା ଶିଖାଇଥିଲା । ଏବେ ଇରାକରେ ଚାଲିଥିବା ବିଭିନ୍ନ ଉନ୍ନତିକରଣ କାର୍ଯ୍ୟରେ ଆମେରିକା ସେନା ସହାୟତା ଯୋଗାଇ ଦେଉଛି ।

Leave A Reply