ଇରାନ୍‌ର ଆମେରିକାକୁ ଚେତାବନୀ , ବିପଦର ଆଶଙ୍କା ହେଲେ କଡା ଜବାବ ଦିଆଯିବ

ଦୁବଇ . – ଇରାନ୍‌ ଓ ଆମେରିକାର ମଧ୍ୟରେ ସମ୍ପର୍କ ଆହୁରି ଖରାପ ହେବାରେ ଲାଗିଛି । ଇରାନ୍‌ ଆମେରିକାକୁ ଚେତାବନୀ ଦେଇଛି । ବିପଦ ଦେଖାଦେଲେ ଏହାର କଡା ଜବାବ ଦିଆଯିବ ବୋଲି ଇରାନ୍‌ କହିଛି । ଇରାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପାଇଥିବା ସୂଚନା ଆଧାରର ଦେଶର ଅର୍ଦ୍ଧ ସରକାରୀ ଖବର ପ୍ରକାଶନ ସଂସ୍ଥା ତତାସନିମ୍‌ ନ୍ୟୁଜ୍‌ ପକ୍ଷରୁ ଏହି ଖବର ପ୍ରସାରଣ କରାଯାଇଛି ।

ଇରାନ୍‌ ଆମେରିକାର ମାନବବିହୀନ ଡ୍ରୋନ୍‌ ବିମାନକୁ ଖସାଇ ଦେଇଥିଲା । ଏହାପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ଇରନ୍‌ ସେନାର ମୁଖପାତ୍ର ଇବୁଲ ଫଜଲ ଆମେରିକା ଓ ଏହାର ସହଯୋଗୀ ଦେଶମାନଙ୍କର କୌଣସି ଆକ୍ରମଣର ଜବାବ୍‌ ଦେବାପାଇଁ ପ୍ରସ୍ତୁତ ରହିଛି ବୋଲି ପ୍ରକାଶ କରିଛି । ଗୁରୁବାରରେ ଇରାନ୍‌ର କ୍ଷେପଣାସ୍ତ୍ର ଆମେରିକାର ଗ୍ଲୋବାଲ ହକ୍‌ ନାମକ ମାନବ ବିହୀନ ଡ୍ରୋନ ବିମାନକୁ ଖସାଇଦେଇଥିଲା । ଇରାନ୍‌ ନିଜ ଆକାଶମାର୍ଗରେ ଏହି ବିମାନର ଅନଧିକାର ପ୍ରବେଶ ପରେ ଖସାଇଦେଇଥିବା କଥା କହିଛି । ହେଲେ ଆମେରିକା ଏହାକୁ ଖଣ୍ଡନ କରିଛି । ଅନ୍ତର୍ଜାତୀୟ ଆକାଶମାର୍ଗରେ ଇରାନ୍‌ ଆମେରିକାର ଡ୍ରୋନକୁ ଖସାଇ ଦେଇଛି ବୋଲି ସେ ପ୍ରକାଶ କରିଛି ।

Comments are closed.