ଇରାନରେ ଭୂମିକମ୍ପ:୨ମୃତ,୨୦୦ଆହତ

0

ତେହରାନ୍‍: ଇରାନର ପଶ୍ଚିମାଞ୍ଚଳରେ ୬.୦ମ୍ୟାଗ୍ନିଚ୍ୟୁଡ଼ର ଭୂମିକମ୍ପରେ ୨ଜଣ ପ୍ରାଣ ହରାଇଥିବାବେଳେ ୨୦୦ରୁ ଊଦ୍ଧ୍ୱର୍ ଆହତ ହୋଇଛନ୍ତି। ରବିବାର ସକାଳେ ଜାଭାନୁର୍ଦ ସହରରୁ ୨୬କିମି ଦକ୍ଷିଣ ପଞ୍ଚିମାଞ୍ଚଳରେ ଏହି ଭୂମିକମ୍ପର ଉତ୍ପତି ହୋଇଥିଲା। ମୃତକଙ୍କ ୨ଜଣଙ୍କ ମଧ୍ୟରୁ ଜଣେ ଗର୍ଭବତୀ ହୋଇଥିବାବେଳେ ଅନ୍ୟଜଣେ ୭୦ବର୍ଷିୟା ବୃଦ୍ଧା ବୋଲି ସୂଚନା ମିଳିଛି। ସେହିପରି ଆହତଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Leave A Reply